BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜରୁରୀକାଳୀନ ସେବା ପାଇଁ ୬୨ ଇଆରଭି ଭ୍ୟାନ ଲୋକାର୍ପିତ

କଟକ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ ଭେହିକଲ(ଇଆର୍‌ଭି)ର ଶୁଭାରମ୍ଭ କରାଯାଇଛି। ଏ ନେଇ କଟକସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ସୋମବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବତନ୍ତ୍ର ଡିଜି ମନୋଜ ଛାବ୍ରା ଯୋଗଦେଇ ଏହି ଏମରେଜେନ୍ସି ରେସପନ୍ସ ଭେହିକଲ (ଇଆର୍‌ଭି)ର ଶୁଭାରମ୍ଭ କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଯାନ ପ୍ରଦାନ କରାଯିବାକୁ ଥିବାବେଳେ ସୋମବାର ୬୨ଟି ଯାନକୁ ଲୋକାର୍ପଣ କରାଯାଇଛି। ବାକି ଥିବା ଇଆର୍‌ଭି ଯାନ ଦ୍ୱିତୀୟ ପର୍ଯ୍ୟାୟରେ ଉନ୍ମୋଚନ କରାଯିବ। ପୂର୍ବରୁ ଓଡ଼ିଶା ସରକାର ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ସେବାଗୁଡ଼ିକୁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ଅଧୀନକୁ ଆଣିବା ଲାଗି ଏକ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୧୧୨ର ଶୁଭାରମ୍ଭ କରିଛନ୍ତି। ଏହି ନୂଆ ୧୦୬ଟି ଇଆର୍‌ଭିର ଶୁଭାରମ୍ଭ ୧୧୨ସେବାକୁ ଆହୁରି ମଜଭୁତ କରିବ। ତେବେ ସେବାଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଲାଗି ଏହି ଯାନଗୁଡ଼ିକୁ ଜିଆଇଏସ୍‌ ଏବଂ ଜିପିଏସ୍‌ ଭଳି ଆଧୁନିକ ବ୍ୟବସ୍ଥାରେ ସୁସଜ୍ଜିତ କରାଯାଇଛି। ଏହି ନୂତନ ପ୍ରୟାସ ଦ୍ୱାରା ଅପରାଧ, ବିଶୃଙ୍ଖଳା କାର୍ଯ୍ୟ କିମ୍ବା ଦୁର୍ଘଟଣା ଭଳି ଜରୁରିକାଳୀନ ପରିସ୍ଥିତିରେ ଏହି ଇଆରଭି ଦ୍ୱାରା ତୁରନ୍ତ ଏବଂ ପ୍ରଭାବଶାଳୀ ଭାବେ ସହାୟତା ପ୍ରଦାନ କରାଯିବ। ଏହି ଉଦ୍‌ଘାଟନୀ ଅବସରରେ ଓଡ଼ିଶାର ସ୍ବତନ୍ତ୍ର ଡିଜି ଯୋଗାଯୋଗ ଅରୁଣ ରାୟ ଓ ଆଡିଶନାଲ ଡିଜି ଲ ଆଣ୍ଡ ଅର୍ଡର ରାଧାକିଶନ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।