BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କମିଶନରେଟ ପୋଲିସରେ ଅଦଳବଦଳ।

ଭୁବନେଶ୍ୱର,୭।୫(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଅଧିକାରୀସ୍ତରରେ ଗୁରୁବାର ଏକ ଛୋଟଧରଣର ଅଦଳବଦଳ ହୋଇଛି। ଜୋନ୍‌-୩ ଏସିପିଭାବେ ଦାୟିତ୍ୱରେ ଥିବା ପ୍ରାଣକୃଷ୍ଣ ରାଉତଙ୍କୁ ଭୁବନେଶ୍ୱର ଅତିରିକ୍ତ ଡିସିପିଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଲକ୍ଷ୍ମୀସାଗର ଥାନା ଅଧିକାରୀଭାବେ କାର୍ଯ୍ୟରତ ତଥା କିଛିଦିନତଳେ ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଭରତ ଚରଣ ସାହୁଙ୍କୁ ଜୋନ-୩ ଏସିପିଭାବେ ନିଯୁକ୍ତି ମିଳିଛି। ଭରତଙ୍କ ସ୍ଥାନରେ ପାହାଳ ଫାଣ୍ଡି ଅଧିକାରୀ ଦାୟିତ୍ୱରେ ଥିବା ଓମ୍‌ପ୍ରକାଶ ମହାନ୍ତିଙ୍କୁ ଲକ୍ଷ୍ମୀସାଗର ଥାନା ଦାୟିତ୍ୱ ଦିଆଯାଇଛି। ଓମ୍‌ ଗତ ୨ବର୍ଷ ହେଲା ପାହାଳ ଫାଣ୍ଡି ଦାୟିତ୍ୱରେ ଥିବାବେଳେ କିଛିଦିନତଳେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିଲେ। ବଦଳି ପାଇଥିବା ଅଧିକାରୀଙ୍କୁ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ କମିଶନରେଟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।