BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଇନ୍ସପେକ୍ଟରକୁ ଫେରିଲେ ୨୮ ଜଣ ଇନଚାର୍ଜ ଡିଏସପି।

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡିଶା ପୋଲିସ୍‌ର ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି। ସେମାନେ ଇନ୍‌ସ୍ପେକ୍ଟର ପ୍ୟାହାରେ କାର୍ଯ୍ୟ କରିବେ। ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜାନୁୟାରୀରେ ଗୃହ ବିଭାଗ ପକ୍ଷରୁ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ କେତେଜଣ ପୂର୍ବରୁ ଇନ୍‌ଚାର୍ଜ ଡିଏସ୍‌ପି ଭାବେ କାର୍ଯ୍ୟରତ ଥିଲେ। ହେଲେ ପଦୋନ୍ନତି ବିଜ୍ଞପ୍ତିରେ ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କ ନାମ ନ ଥିଲା। କେତେଜଣଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଆଉ କେତେଜଣ ନିଜ ସିସିଆର୍‌ ଉପରିସ୍ଥ ଅଧିକାରୀଙ୍କ ନିକଟରେ ପ୍ରଦାନ କରି ନ ଥିବାରୁ ପଦୋନ୍ନତିରୁ ବଞ୍ଚିତ୍ତ ହୋଇଥିଲେ। ତେବେ ଏନେଇ ସମ୍ପୃକ୍ତ ଅଫିସରମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସେମାନଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ନିଆଯାଇଛି। ସେମାନେ ହେଲେ ଅମର କୁମାର ନାୟକ, ଜୟ ନାରାୟଣ ପଟେଲ, ରମେଶ କୁମାର ମୁଖି, ହାଡିବନ୍ଧୁ ସ୍ବାଇଁ, ଲଳିତ ପରିଡା, କୃଷ୍ଣପ୍ରସାଦ ଦାସ, ଅନୂପ କୁମାର କାନୁନ୍‌ଗୋ, ସୁରେନ୍ଦ୍ରନାଥ ରାଏଗୁରୁ, ବିଶ୍ୱ ପ୍ରକାଶ ପଟ୍ଟନାୟକ, ସତ୍ୟଜିତ୍‌ ମିଶ୍ର, ରାମକୃଷ୍ଣ ପତି, ସୂର୍ଯ୍ୟମଣୀ ପ୍ରଧାନ, ବିଚିତ୍ରାନନ୍ଦ ସାମଲ, କୈଳାସ ଚନ୍ଦ୍ର ଆଚାର୍ଯ୍ୟ, ଇତି ଦାସ, ମନୋଜ କୁମାର ସାମନ୍ତ, ସୁପ୍ରସନ୍ନ କୁମାର ମଲିକ, ରଞ୍ଜନ କୁମାର ଦେ, ପୁଷ୍ପଲତା ବାରିକ, ଅତନୁ କୁମାର ରାଉତ, ଅଶୋକ କୁମାର ଦାସ, ପ୍ରଫୁଲ୍ଲ ବାର୍ଲା, ରମାକାନ୍ତ ସାହୁ, ଶ୍ରୀମନ୍ତ ବାରିକ, ଗୋବିନ୍ଦ ଚନ୍ଦ୍ର ବୁରୁଦ, ଅଜୟ ମିଶ୍ର, ମନୋଜ କୁମାର ରାଉତ ଓ ରବିନାରାୟଣ ପାଢୀ।