BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କମିଶନରେଟ ପୋଲିସକୁ ସଫଳତା।

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ଏକାଧିକ ମୋବାଇଲ ଫୋନ ଚୋରି ଓ ଲୁଟ୍‍ ଘରୁ ହେଉ କିମ୍ବା ରାସ୍ତା ଉପରୁ ହୋଇ ଚାଲିଛି। ତେବେ ଏହି ଘଟଣାରେ ଚୋର ଚତୁରତାର ସହ ଖସିଯାଉଥିବା ବେଳେ ଚୋରି ହୋଇଥିବା ମୋବାଇଲର ମାଲିକ ନିରାଶ ହେଉଥିଲେ। କିନ୍ତୁ ଏଥିରେ ଦୃଢ ପଦକ୍ଷେପ ନେଇଛି କମିଶନରେଟ ପୁଲିସ୍‍। ପ୍ରଥମକରି ସହିଦନଗର ଥାନା ଅଞ୍ଚଳର ମାସକ ଭିତରେ ଚୋରି ହୋଇଥିବା ୪୦ଟି ମୋବାଇଲରୁ ପ୍ରାୟ ୨୫ଟି ଫୋନ ପୁଲିସ୍‍ ଉଦ୍ଧାର କରି ମୋବାଇଲ ମାଲିକଙ୍କୁ ଥାନାରେ ପ୍ରଦାନ କରିଛି। ଏହାଦ୍ୱାରା ପୁଲିସ୍‍ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରିଥିବା ଏବଂ ଅପରାଧୀଙ୍କୁ ବେଶ ଜାଣିବାରେ ପୁଲିସ୍‍ ସିଦ୍ଧହସ୍ତ ବୋଲି ପ୍ରମାଣ କରିଥିବା ସାମ୍ବାଦିକ୍‍ ସମ୍ମିଳନୀରେ ଜୋନାଲ ଏସିପି ଅନୀଲ ମିଶ୍ର ଏବଂ ଥାନା ଅଧିକାରୀ ହିମାଂଶୁ ଭୁଷଣ ସ୍ୱାଇଁ ସୂଚନା ଦେଇଛନ୍ତି।
ଏହି ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ୍‍ କରି କୋର୍ଟ ଚାଲାଣ କରିଥିବା ବେଳେ ମାସକ ଭିତରେ ମୋଟ ୪୦ ଗୋଟି ଚୋରି ମୋବାଇଲ ଉଦ୍ଧାର କରାଯାଇ ମାଲିକ ମାନଙ୍କୁ ଦିଆସରିଲାଣି ବୋଲି ଏସିପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି କଟକ ଲାଲବାଗ ଥାନା ଅଧିକାରୀ ଅବିନାଶ ରାଉତ ଜଣେ ମୋବାଇଲ ଲୁଟିଆକୁ ଗିରଫ କରିବା ସହ ତା ନିକଟରୁ ୧୬ଟି ମୋବାଇଲ, ୧୯ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଛି।