BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୁଣି ବଢିପାରେ ମାଗଣା ରାଶନ ଅବଧି

ନୂଆଦିଲ୍ଲୀ : ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୋମବାର କହିଛନ୍ତି ଯୋଜନାର ସମୟ ସୀମା ବଢାଇବାର ନିଷ୍ପତ୍ତି ସରକାର ନେବେ । ହେଲେ ଏହି ନିଷ୍ପତ୍ତି କେବେ ନିଆଯିବ ସେ ସମ୍ପର୍କରେ ପାଣ୍ଡେ କୌଣସି ସୂଚନା ଦେଇ ନାହାନ୍ତି । ମାର୍ଚ୍ଚ ୨୦୨୦ରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଅବଧି କେତେଥର ବଢାଯାଇଛି । ଏବେ ଏହା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୈଧ ରହିଛି ।

ରୋଲର ଫ୍ଲୋର ମିଲ୍ସ ଫେଡେରେଶନ ଅଫ ଇଣ୍ଡିଆର ବାର୍ଷିକ ବୈଠକରେ ପାଣ୍ଡେ କହିଛନ୍ତି, ଏହା ସରକାରଙ୍କ ବଡ ନିଷ୍ୱତ୍ତି, ସରକାର ଏହା ଉପରେ ନିଷ୍ୱତ୍ତି ନେବେ । ପିଏମଜିକେଏୱାଇ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ(ଏନଏଫଏସଏ)ରେ ସାମିଲ ୮୦ କୋଟି ଗରିବ ଲାଭାର୍ଥିଙ୍କୁ ପ୍ରତିମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ମାଗଣା ରାଶନ ଯୋଗାଇ ଦିଆଯାଉଛି । କରୋନା ମହାମାରୀ ସମୟରେ ଗରିବ ପରିବାରଙ୍କୁ ଏହା ସହାୟକ ହୋଇଥିଲା । ଏହା ଏନଏଫଏସଏ ଅନୁଯାୟୀ ସାମାନ୍ୟ ଆବଣ୍ଟନଠାରୁ ଅଧିକ ।