BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆମ କରୋନା ଟିକା ସ୍ବଦେଶୀ, ଶସ୍ତା ଓ ସୁରକ୍ଷିତ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମ କରୋନା ଟିକା ସ୍ବଦେଶୀ। ଏହା ଦୁନିଆର ଅନ୍ୟ ସମସ୍ତ ଟିକା ତୁଳନାରେ ଶସ୍ତା। ଏହା ସବୁଠୁ ସୁରକ୍ଷିତ ମଧ୍ୟ। ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ତାହାକୁ ପ୍ରଶ୍ରୟ ଦେବା ଅନୁଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ଟିକାକରଣ ନେଇ ଆଲୋଚନା କରିବା ଅବସରରେ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି ସଙ୍କଟଜନକ ପରିସ୍ଥିତିରେ ଯଦି ଆମକୁ ଟିକା ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିଥାନ୍ତା, ତେବେ ଦେଶର ସ୍ଥିତି କ’ଣ ହୋଇଥାନ୍ତା ତାହା ଅନୁମାନ କରାଯାଇ ପାରିବ। ଦେଶବାସୀଙ୍କୁ ସୁରକ୍ଷିତ ଟିକା ଦେବା ଲାଗି ବୈଜ୍ଞାନିକମାନେ ସମସ୍ତ ସତର୍କତା ଅବଲମ୍ବନ କରିଛନ୍ତି। ଟିକାକରଣ ଅଭିଯାନର ୬୦% କାର୍ଯ୍ୟ ଶେଷ ହେବା ପରେ ପୁଣି ଥରେ ସମୀକ୍ଷା କରାଯିବ।
ମୋଦୀ କହିଥିଲେ, ଟିକା ସମ୍ବନ୍ଧରେ ବ୍ୟାପୁଥିବା ଗୁଜବକୁ ପ୍ରଶ୍ରୟ ନ ମିଳୁ। ଯଦି ଏବଂ କିନ୍ତୁ ଉପରେ କୌଣସି ଆଲୋଚନା ନ ହେବା ଦରକାର। ଅନେକ ଅସାମାଜିକ ତତ୍ତ୍ବ ଏହି କାର୍ଯ୍ୟରେ ବାଧା ଦେବାକୁ ଉଦ୍ୟମ କରିପାରନ୍ତି। ପ୍ରତି ନାଗରିକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚାଇ ଏସବୁ ଉଦ୍ୟମକୁ ନିଷ୍ଫଳ କରିବା ଉଚିତ। ଏଥିରେ ଧାର୍ମିକ ଏବଂ ସାମାଜିକ ସଂସ୍ଥାଗୁଡ଼ିକର ସହାୟତା ନେବାକୁ ପଡ଼ିବ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଜାନୁୟାରୀ ୧୬ରୁ ଆମେ ଦୁନିଆର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ। ପ୍ରାୟ ୩ କୋଟି ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଏହି ପର୍ଯ୍ୟାୟରେ ଟିକା ଦିଆଯିବ। ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। ୨ୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ୫୦ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବାକୁ ଆମର ଲକ୍ଷ୍ୟ ରହିଛି।

ଏହି ଅବସରରେ ମୋଦୀ ବିଭିନ୍ନ ରାଜ୍ୟରେ କରୋନା ଭୂତାଣୁର ସ୍ଥିତି ସମ୍ପର୍କରେ ବି ଆଲୋଚନା କରିଥିଲେ। ଏହା ସହିତ ଟିକାକରଣକୁ ନେଇ ରାଜ୍ୟ ସରକାରମାନେ କିପରି ପ୍ରସ୍ତୁତି କରିଛନ୍ତି ତାହାର ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ, ଡିସିଜିଆଇ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାକୁ ଦେଶରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛି। ଏହି ଦୁଇଟି ଟିକା ଭାରତରେ ତିଆରି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।