BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କୃଷକଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ କିଷାନ ନିଧି ଟଙ୍କା।

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି ଟଙ୍କା ରାଶି ଦେଇଛନ୍ତି। ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କୃଷକଙ୍କୁ ରାଶି ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା, କୃଷକମାନେ ଉପକୃତ ହେବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ ପ୍ରତିବର୍ଷ କୃଷକଙ୍କୁ ୬ ହଜାର ଟଙ୍କା ଦିଆଯାଉଛି। ଏହାକୁ ୩ଟି କିସ୍ତିରେ କୃଷକଙ୍କୁ ପ୍ରଦାନ କରାଯାଉଛି।

ଜାଣନ୍ତୁ କେମିତି କରିବେ ଚେକ୍‌

ଯଦି ଆପଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ତେବେ pmkisan.gov.in ଓ୍ବେବସାଇଟ୍‌କୁ ଯାଆନ୍ତୁ।
ଓ୍ବେବସାଇଟ୍‌ ବାମ ପାର୍ଶ୍ୱରେ ‘Farmers Corner’ ଉପରେ କ୍ଲିକ୍‌ କରନ୍ତୁ
ଏଠାରେ ‘Farmers Corner’ର ଠିକ୍‌ ତଳେ ‘Beneficiary Status’ ଉପରେ କ୍ଲିକ୍‌ କରନ୍ତୁ
ଏହାପରେ ଏକ ନୂଆ ପେଜ୍‌ ଖୋଲିବ, ଏଠାରେ ଆପଣ ଆଧାର କାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍‌ ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ବିକଳ୍ପ ଦେବାକୁ ହେବ
ଏହାପରେ ‘Get Data’ ଉପରେ କ୍ଲିକ୍‌ କଲେ ସବିଶେଷ ତଥ୍ୟା ମିଳିଯିବ।