BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଆଉ ମମତାଙ୍କୁ ଲୋକ ଚାହୁଁ ନାହାନ୍ତି। ମୋଦି

ନୂଆଦିଲ୍ଲୀ,୧୨।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ସରିଛି। ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲ ୧୭ରେ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବର୍ଦ୍ଧମାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏଥିରେ ମୋଦି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ। ସେ କହିଛନ୍ତି, ଚାରିଟି ପର୍ଯ୍ୟାୟରେ ହୋଇଥିବା ବହୁ ସଂଖ୍ୟକ ମତଦାନ ହିଁ ସୂଚାଉଛି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଅସଲ ପରିବର୍ତ୍ତନର ଅର୍ଥ ହେଉଛି ବଙ୍ଗଳାର ବିକାଶ, ବଙ୍ଗଳାର ଲୋକଙ୍କ ବିକାଶ। ଦିଦିଙ୍କ ଦୁର୍ନୀତି ଶାସନରୁ ମୁକ୍ତି ପାଇବାକୁ ବଙ୍ଗଳାବାସୀ ଚାହୁଁଛନ୍ତି। ଦିଦି ମଣିଷ ମାରିବାରେ ବିଶ୍ୱାସ କରନ୍ତି। ହିଂସା ସୃଷ୍ଟି କରିବା ହେଉଛି ତାଙ୍କ ସରକାରଙ୍କ କାମ ବୋଲି ମୋଦି କହିଛନ୍ତି। ସାମ୍ନାରେ ତାଙ୍କର ପରାଜୟ ଦେଖି ଦିଦି ବର୍ତ୍ତମାନ ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଦିଦିଙ୍କ ଷଡଯନ୍ତ୍ର ହେଉଛି ଲୋକଙ୍କୁ ଭୋଟ ଦେବାରୁ ବିରତ ରଖିବା। ଦିଦିଙ୍କ ଗୁଣ୍ଡାରାଜ୍‌ରୁ ଲୋକଙ୍କୁ ମୁକ୍ତ କରିବାକୁ ଭାଜପା ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।