BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ।

ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି ଏବଂ ଟିକାକରଣ ଅଭିଯାନ ସହ ଜଡିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯାଇଥିଲା। ପରିସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କରୋନାକୁ ଦୂର କରିବା ପାଇଁ ସଚେତନତା ରଖିବାର ଆବଶ୍ୟକତା ରହିଛି। ଲୋକଙ୍କୁ ସଚେତନ କରାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି।
କରୋନାର ବଢୁଥିବା ମାମଲାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ୫ ସୁତ୍ରୀ ଯୋଜନା ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଯଦି କରୋନା ଟେଷ୍ଟ, ଅନୁସନ୍ଧାନ, ଚିକିତ୍ସା, କୋଭିଡ ନିୟମ ଏବଂ ଟିକାକରଣ ସମ୍ପୂର୍ଣ୍ଣ ଆନ୍ତରିକତା ଏବଂ ପ୍ରତିବଦ୍ଧତା ସହିତ କାର୍ଯ୍ୟକାରୀ ହୁଏ, ତେବେ ଏହା ମହାମାରୀର ପ୍ରସାରକୁ ରୋକିବାରେ ସକ୍ଷମ ହେବ। କରୋନାକୁ ରୋକିବା ପାଇଁ ଏପ୍ରିଲ ୬ରୁ ୧୪ ପର୍ଯ୍ୟନ୍ତ ସାରା ଦେଶରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। ଏଥିରେ ଲୋକଙ୍କୁ ଶତପ୍ରତିଶତ ମାସ୍କର ବ୍ୟବହାର, ବ୍ୟକ୍ତିଗତ ସ୍ବଚ୍ଛତା ଏବଂ ସର୍ବସାଧାରଣ ସ୍ଥାନ/ କର୍ମକ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସୂଚନା ଦିଆଯିବ। ସୂଚନାଯୋଗ୍ୟ,ରବିବାର ଭାରତରେ ୯୩,୨୪୯ କରୋନା ମାମଲା ସାମ୍ନାକୁ ଆସିଥିଲା। ହୋଇଥିଲା।ଏହା ସହିତ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧,୨୪,୮୫,୫୦୯କୁ ବୃଦ୍ଧି ପାଇଛି।