BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କରୋନା ହାରିବ ଭାରତ ଜିତିବ। ସର୍ବବୃହତ ଟୀକାକରଣର ଶୁଭାରମ୍ଭ କଲେ ମୋଦି।

ନୂଆଦିଲ୍ଲୀ,୧୬।୧: କରୋନା ହାରିବ ଭାରତ ଜିତିବ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି। ଭାରତରେ ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କରୋନା ଲଢ଼େଇର ଶେଷ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଦେଶରେ ୩ କୋଟି ଟିକାଦାନ କରାଯିବ। ପ୍ରଥମେ କରୋନା ଯୋଦ୍ଧା ଏହାପରେ ଅନ୍ୟ ମାନଙ୍କୁ ଟିକା ଦାନ କରାଯିବ ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାଦାନ କରାଯିବା ଲାଗି ଯୋଜନା କରାଯାଇଥିବା ସେ କହିଛନ୍ତି। ଟିକା ପ୍ରସ୍ତୁତିରେ ଦେଶର ବୈଜ୍ଞାନିକମାନେ କଠିନ ପରିଶ୍ରମ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରକବି ରାମଧାରୀ ସିଂ ଦିନକର କହିଥିଲେ ମାନବ ଯେତେବେଳେ ଉଦ୍ୟମ କରେ ସେତେବେଳେ ପଥର ମଧ୍ୟ ପାଣି ହୋଇଯାଏ। ଏହା ସହିତ ସେ ଦେଶବାସୀଙ୍କୁ ଅପିଲ୍‌ କରିଛନ୍ତି ଯେ, କରୋନା ଟିକାର ଦୁଇଟି ଡୋଜ୍‌ ଲଗାଇବା ଜରୁରୀ। ଗୋଟିଏ ଡୋଜ୍‌ ନେଇ ଅନ୍ୟଟି ନେବାକୁ ଭୁଲନ୍ତୁ ନାହିଁ। ଏଭଳି ଭୁଲ୍‌ କେବେ ମଧ୍ୟ କରନ୍ତୁ ନାହିଁ। ଦ୍ୱିତୀୟ ଡୋଜ୍‌ ଲଗାଯିବା ୨ ସପ୍ତାହ ପରେ ଶରୀରରେ ପ୍ରତିରୋଧକ ବ୍ୟବସ୍ଥା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ତାଳି, ଥାଳି ଏବଂ ଦ୍ୱୀପ ଜଳାଇବା ଅଭିଯାନ ମାଧ୍ୟମରେ ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟିର ଉଦ୍ୟମ ହୋଇଥିଲା। ଶେଷରେ ତାହାର ସୁଫଳ ମିଳିପାରିଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ସେ କୋ-ଓ୍ବିନ୍‌ ଆପ୍‌ର ଲୋକାର୍ପଣ ମଧ୍ୟ କରଛନ୍ତି। କୋ-ଓ୍ବିନ୍‌ ଆପ୍‌ ମାଧ୍ୟମରେ ଟିକାକରଣ ପାଇଁ ପଞ୍ଜିକରଣ କରାଯିବ। ଏହି ଆପ୍‌ ସହାୟତାରେ ଆବେଦନକାରୀଙ୍କୁ ଟିକା ନେବା ତାରିଖ, ସ୍ଥାନ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯିବ।