BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜୁଲାଇ ୧୫ରୁ ଯୁକ୍ତ-୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ-ଉଚ୍ଚଶିକ୍ଷା ବିଭାଗ

ରିପୋର୍ଟ: ଶୁଭସ୍ମିତା ପ୍ରଧାନ

ଭୁବନେଶ୍ୱର: ଏଥର ଯୁକ୍ତ-୩ ପ୍ରଥମ ବର୍ଷର ପାଠପଢ଼ା ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି। ଏଥିପାଇଁ ଆଡମିଶନ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ଏବଂ ମଙ୍ଗଳବାର ସୁଦ୍ଧା ୯୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଯୁକ୍ତ-୩ ପାଇଁ ଆବେଦନ ପ୍ରକ୍ରିୟା ଏବର୍ଷ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିଲା। ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ଆରମ୍ଭ କରାଯିବା ଏହା ପ୍ରଥମ ଥର ଅଟେ, କିନ୍ତୁ ପିଛଲା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଆଡମିଶନ ଶେଷ ହେବାରୁ ଏଥର ସମୟରେ ପାଠପଢ଼ା ଆରମ୍ଭ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ଏଥର କଲେଜ ନିର୍ବାଚନ ପାଇଁ ମଧ୍ୟ ଚିନ୍ତା କରୁଛି, ତେଣୁ ଦଶହରା ପୂର୍ବରୁ ପାଠପଢ଼ା ଶେଷ କରିବା ଲକ୍ଷ୍ୟରେ ପ୍ରକ୍ରିୟା ତ୍ୱରିତ କରାଯାଉଛି। ଏଥିପାଇଁ ଆଗୁଆ ଆବେଦନ ଏବଂ ଶୀଘ୍ର ନାମଲେଖା ଜରୁରୀ। “ଯେଉଁମାନେ ନିୟମ ବିଷୟରେ ଜାଣନ୍ତିନାହିଁ, ସେମାନେ ଅଯଥା ଅଭିଯୋଗ କରୁଛନ୍ତି,” ବୋଲି ମନ୍ତ୍ରୀ ସୁରଜ ଉଲ୍ଲେଖ କରିଛନ୍ତି।