BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି ? ସାବଧାନ ରୁହନ୍ତୁ

ସମୟ ବଦଳିଛି, ଆମେ ଯେତେ ସ୍ମାର୍ଟ ହେବାକୁ ଯାଉଛନ୍ତି ସେତେ ରୋଗ କିଣୁଛନ୍ତି। ପାଣି ପିଇବା ଲାଗି ସାଧାରଣତଃ ଆମେ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରିଥାଉ। ବିଶେଷକରି ବାହାରକୁ ଯିବା ବେଳେ ନେବାକୁ ସୁବିଧା ହେଉଥିବାରୁ ଏହାର ଚାହିଦା ସର୍ବାଧିକ। ହେଲେ ଆପଣ ଜାଣନ୍ତିକି, ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟ ପକ୍ଷେ ହିତକର ନୁହେଁ …

ପ୍ଲାଷ୍ଟିକ୍‌ରେ ରହିଛି ଫ୍ଲୋରାଇଡ୍‌, ଆର୍ସେନିକ୍‌ ଏବଂ ଆଲୁମିନିୟମ ଭଳି ଅନେକ ହାନିକାରକ ଉପାଦାନ। ତେଣୁ ଏହି ବୋତଲରେ ଅଧିକ ସମୟ ପାଣି ରଖିବା ଦ୍ୱାରା ଏସବୁ ଉପାଦାନ ନିର୍ଗତ ହୋଇ ସେଥିରେ ମିଶିଥାଏ। ଏହି ପାଣି ପିଇବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ।
ବାରମ୍ବାର ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ୱାରା ଏହିସବୁ ହାନିକାରକ ରାସାୟନିକ ପଦାର୍ଥ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ଫଳରେ ଏହା ଅନେକ ରୋଗର କାରଣ ହୋଇଥାଏ। ବିଶେଷକରି ଏଥିରେ ଥିବା ଥାଲେଟ୍ସ ନାମକ କେମିକାଲ ଲିଭର କ୍ୟାନ୍ସରର କାରଣ ସାଜିଥାଏ। କେବଳ ଏତିକି ନୁହେଁ, ଏହା ଦ୍ୱାରା ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
କେବଳ ଏତିକି ନୁହେଁ, ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖି ପିଇବା ଦ୍ୱାରା ଶରୀରକୁ ବାଇଫେନିଲ୍‌-ଏ ନାମକ ଏକ ମାରାତ୍ମକ ଏଷ୍ଟ୍ରୋଜେନ୍‌ ମିମିକିଙ୍ଗ୍‌ କେମିକାଲ୍‌ ଯାଇଥାଏ। ଏହା ମେଦବହୁଳତା, ଡାଇବେଟିସ୍‌, ପ୍ରଜନନ ସମସ୍ୟା ଭଳି ଅନେକ ରୋଗର କାରଣ ସାଜିଥାଏ।
ପ୍ଲାଷ୍ଟିକ୍‌ ବୋତଲରେ ପାଣି ଅଧିକ ସମୟ ରହିବା ଏବଂ ତାହା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ସେଥିରୁ ଡାଇଅକ୍ସିନ୍‌ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ। ଗାଡ଼ିରେ ପାଣିବୋତଲ ଅଧିକ ସମୟ ରଖିବା ଅବା ଗାଡ଼ି ଷ୍ଟାର୍ଟ ରଖି ବାହାରକୁ ଯିବା ଦ୍ୱାରା ମଧ୍ୟ ପାଣି ଗରମ ହେବା ସହ ଧୀରେ ଧୀରେ ପ୍ଲାଷ୍ଟିକ୍‌ ତରଳି ଏହି ଉପାଦାନ ନିର୍ଗତ ହୋଇ ପାଣିରେ ମିଶିଥାଏ, ଯାହା କି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ।
ତେଣୁ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ୍‌ ବୋତଲରେ ପାଣି ନ ପିଇବା ଭଲ ।