BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଟାଟା ଷ୍ଟିଲ ଫାଉଣ୍ଡେସନ୍ ତରଫରୁ ବନ ମହୋତ୍ସବ ପାଳିତ

୭୦ ଜଣ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ୩୦୦ ଚାରା ରୋପଣ ଓ ବ୍ରାହ୍ମଣୀ ନଦୀ କୂଳ ସଫେଇ ଅଭିଯାନ ଆୟୋଜିତ

କଳିଙ୍ଗନଗର : ‘ବନ ମହୋତ୍ସବ’ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ୍‌, ଟାଟା ଷ୍ଟିଲ କଳିଙ୍ଗନଗରର ଲଜିଷ୍ଟିକ୍ସ ଅପରେସନ୍ସ ଏବଂ ପରିବେଶ ବିଭାଗ ସହ ମିଶି, ଗୁରୁବାର ବ୍ରାହ୍ମଣୀ ନଦୀ କୂଳରେ ଏକ ବିଶାଳ ଚାରା ରୋପଣ ଏବଂ ନଦୀ କୂଳ ସଫେଇ ଅଭିଯାନ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଳିଙ୍ଗନଗର ସ୍ଥିତ ବ୍ରାହ୍ମଣୀ ନଦୀ କୂଳ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା।

ଟାଟା ଷ୍ଟିଲ କଳିଙ୍ଗନଗରର ବିଭିନ୍ନ ବିଭାଗରୁ ଆସିଥିବା ୭୦ରୁ ଅଧିକ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ଅଂଶଗ୍ରହଣ କରି ୩୦୦ ଚାରା ରୋପଣ କରିଥିଲେ। ଏହି ଅଭିଯାନରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସବୁଜବଳୟ ବୃଦ୍ଧି କରିବା, ମୃତ୍ତିକା କ୍ଷୟ ରୋକିବା ଏବଂ ସ୍ଥାନୀୟ ଜୈବବିବିଧତାକୁ ସମର୍ଥନ କରିବା। ଚାରା ରୋପଣ ସହିତ, ପ୍ଲାଷ୍ଟିକ୍ ବର୍ଜ୍ୟ ପଦାର୍ଥ ପରିଷ୍କାର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଯାହାଦ୍ୱାରା ପ୍ରଦୂଷଣ ହ୍ରାସ ପାଇବା ସହ ନଦୀ ପରିବେଶର ପ୍ରାକୃତିକ ସଂଗଠନ ପୁନଃସ୍ଥାପିତ ହେବାରେ ସହାୟକ ହେବ । ଏହି ‘ବନ ମହୋତ୍ସବ’ ଉତ୍ସବ ଏକ ଦୀର୍ଘାସ୍ଥାୟୀ ଭବିଷ୍ୟତ ପାଇଁ ପରିବେଶ ସଂରକ୍ଷଣ ଏବଂ ସାମୂହିକ ଦାୟିତ୍ୱକୁ ଦର୍ଶାଉଛି।