BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସରକାରୀ ଅଧିକାରୀଙ୍କ ପାଇଁ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ଵର : ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ “ସରକାରୀ ଅଧିକାରୀଙ୍କ ପାଇଁ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା” ଆୟୋଜିତ ହୋଇଯାଇଛି। ସରକାରୀ ଅଧିକାରୀ ଓ ବାଣିଜ୍ୟ ବିକାଶ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ବୃଦ୍ଧି, ଏମ୍‌ଏସ୍‌ଏମ୍‌ଇ ଯୋଜନା ବିଷୟରେ ବ୍ୟାପକ ସଚେତନତା, ସମୟ ଉପଯୋଗୀ ସେବା ପ୍ରଦାନ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କୁ ଅଧିକ ଦକ୍ଷ କରିବାରେ ଏହି କର୍ମଶାଳା ସହାୟକ ହେବ।

କାର୍ଯ୍ୟକ୍ରମର ଆରମ୍ଭରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ସ୍ଵାଗତ ଅଭିଭାଷଣ ଉପସ୍ଥାପନ କରିଥିଲେ । ଏମ୍‌ଏସ୍‌ଏମ୍‌ଇ ବିଭାଗର ଯୁଗ୍ମ ସଚିବ ନାରାୟଣ ଚନ୍ଦ୍ର ନାୟକ, ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଫିକିର ଅତିରିକ୍ତ ନିର୍ଦ୍ଦେଶକ ବି. କେ. ନାୟକ, ସହାୟକ ନିର୍ଦ୍ଦେଶକ ଶିଶିର ରଞ୍ଜନ ମିଶ୍ର ପ୍ରମୁଖ ବାଣିଜ୍ୟ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଉପରେ ଆଲୋକପାତ କରିଥିବା ବେଳେ ହାର୍ବିଞ୍ଜର ସର୍ଜିକାଲ୍ସର ରୁକ୍ ମଙ୍ଗଦା ଦାଶ କର୍ମଶାଳାରେ ନିଜର ଅନୁଭୂତି ବାଣ୍ଟିଥିଲେ।

କଟକ ଓ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଅଧିକାରୀ ଏହି କର୍ମଶାଳାରେ ମଧ୍ୟ ଯୋଗଦାନ କରିଥିଲେ। ପ୍ରଶ୍ନୋତ୍ତର ଅଧିବେଶନରେ ଅଂଶଗ୍ରହନକରିମାନେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିବା ବେଳେ ଶେଷରେ ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ (ରେଟ୍ କଣ୍ଟ୍ରାକ୍ଟ) ପ୍ରଭାକର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ରାମ୍ପ୍ ଯୋଜନା ଅଧୀନରେ ଏହି କର୍ମଶାଳା ଆୟୋଜନ ହୋଇଥିଲା। ରାମ୍ପ୍ ହେଉଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ବିଶ୍ୱବ୍ୟାଙ୍କ ସମର୍ଥିତ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଏକ ଯୋଜନା।