BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ମୋବାଇଲ ଚୋରି କରି ଦୁଇ ମହିଳା ଗିରଫ

ପିପିଲି,୨୦/୧୨(ବ୍ୟୁରୋ) : ପିପିଲି ବଜାର ଓ ସାପ୍ତାହିକ ହାଟରେ ମୋବାଇଲ୍‍ ଫୋନ୍‍ ଚୋରି କରୁଥିବା ଏକ ମହିଳା ଚୋର ଗୋଷ୍ଠିର ଦୁଇଜଣ ସଦସ୍ୟାଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି। ଗିରଫ ମହିଳା ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଏ. କାଶିଆମ୍ମା (୫୫) ଓ ଡି. ସୁନ୍ଦରୀ ରାଓ (୫୦) । ସେମାନଙ୍କ ଠାରୁ ଗୋଟିଏ ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରାଯାଇଥିବା ବେଳେ ଉଭୟଙ୍କୁ ଆଜି ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି।
ପିପିଲିର ସାପ୍ତାହିକ ହାଟ ଓ ପିପିଲି ବଜାର ଅଞ୍ଚଳରେ ଚତୁରତାର ସହ ଲୋକଙ୍କ ପକେଟ୍‍ରୁ ମୋବାଇଲ୍‍ ଫୋନ୍‍ ଚୋରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏହା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ପିପିଲି ବଜାରରେ ପରିବା କିଣୁଥିବା ବେଳେ ଅବଦୁଲ ରଜାକ ନାମକ ଜନୈକ ବ୍ୟକ୍ତିଙ୍କ ପକେଟ୍‍ରୁ ଗତକାଲି ଏକ ମୋବାଇଲ୍‍ ଫୋନ୍‍ ଚୋରି ହୋଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମୋବାଇଲ୍‍ ଚୋରି କରୁଥିବା ଚୋରଙ୍କୁ ଧରିବା ପାଇଁ ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତକାରୀ ଏସ୍‍ଆଇ ସଂଘମିତ୍ରା ଚାନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‍ ଗଢାଯାଇଥିଲା । ଆଜି ଏହି ପୁଲିସ ଟିମ୍‍ ସାଧା ପୋଷାକରେ ପିପିଲି ସାପ୍ତହିକ ହାଟରେ ପଇଁତରା ମାରୁଥିବା ବେଳେ ଏହି ଦୁଇ ମହିଳା ଚୋର, ପୁଲିସ ହାବୁଡରେ ଧରା ପଡିଥିଲେ । ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଚୋରି ମୋବାଇଲ୍‍ ଫୋନ୍‍କୁ ଜବତ କରିଥିଲା । ଏହି ମହିଳା ଚୋର ଗୋଷ୍ଠିର ଅନ୍ୟ ସଦସ୍ୟା ମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇବା ସହ ସେମାନେ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚାଲିଥିବା ସଂପର୍କରେ ଆଇଆଇସି ଶ୍ରୀନାୟକ ସୂଚନା ଦେଇଛନ୍ତି।