BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କ୍ରିକେଟର ମହମ୍ମଦ ସିରାଜ ଓ ଜନାଇ ଭୋସଲେଙ୍କ ଫୋଟୋ ଫଟୋ ନିଆଁ ଭଳି ବ୍ୟାପିବାରେ ଲାଗିଛି, ରୋମାଣ୍ଟିକ ରିଲେସନ ନେଇ ପ୍ରଶଂସକ କରୁଛନ୍ତି ଚର୍ଚ୍ଚା

ମୁମ୍ବାଇ : ସୋଶାଲ ମିଡିଆରେ ଏବେ ଗୋଟିଏ ଫଟୋ ନିଆଁ ଭଳି ବ୍ୟାପିବାରେ ଲାଗିଛି। ଏହି ଫଟୋ ହେଉଛି କ୍ରିକେଟର ମହମ୍ମଦ ସିରାଜ ଓ ଜନାଇ ଭୋସଲେ। ସିରାଜଙ୍କ ସହ ଜନାଇ ପାର୍ଟି କରୁଥିବା ଫଟୋ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ଅନେକ ଚର୍ଚ୍ଚା। ପ୍ରଶଂସକମାନେ କହୁଛନ୍ତି ଯେ ସିରାଜ ଓ ଜନାଇ ପରସ୍ପରକୁ ଡେଟିଂ କରୁଛନ୍ତି। ସେମାନଙ୍କ ମଧ୍ୟରେ ରୋମାଣ୍ଟିକ ରିଲେସନ ରହିଛି।

ତେବେ ଫଟୋ ଭାଇରାଲ ହେବା ପରେ ଜନାଇ ଓ ସିରାଜ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଉଭୟଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ରହିଛି, ସେକଥା ମଧ୍ୟ ସେମାନେ ସୋଶାଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଯଦିଓ ସେମାନେ ଏଭଳି ଅଭିଯୋଗକୁ ଖଣ୍ଡନ କରିନାହାନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି।

କିଛି ଦିନ ତଳେ ଜନାଇ ଭୋସଲେ ତାଙ୍କର ୨୩ତମ ଜନ୍ମ ଦିନ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଓ କ୍ରୀଡ଼ା ଜଗତର ଅନେକ ନାମୀଦାମୀ ସେଲେବ୍ରିଟି ଉପସ୍ଥିତ ରହିଥିଲେ। ନିଜ ଜନ୍ମ ଦିନକୁ ଧୂମଧାମରେ ପାଳନ କରିଥିବା ଜନାଇ କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହା ମଧ୍ୟରେ ଏମିତି ଗୋଟିଏ ଫଟୋ ରହିଥିଲା, ଯେଉଁଥିରେ ସିରାଜ ଓ ଜନାଇ ପରସ୍ପରକୁ ଚାହିଁ ହସୁଛନ୍ତି। ସିରାଜ ଓ ଜନାଇଙ୍କ ଏପରି ଅବତାରକୁ ନେଇ ସୋଶାଲ ମିଡିଆ ବ୍ୟବହାରକାରୀ ଭାବି ନେଇଥିଲେ ଯେ ଉଭୟ ପରସ୍ପରକୁ ଡେଟିଂ କରୁଛନ୍ତି। କିନ୍ତୁ ଲୋକଙ୍କ ଏପରି ଭାବନା ଭୁଲ। ପ୍ରକୃତରେ ସିରାଜ ଓ ଜନାଇଙ୍କ ମଧ୍ୟରେ ଥିବା ସମ୍ପର୍କ ହେଉଛି ଭାଇ ଓ ଭଉଣୀର।

ଜନାଇ ସମାନ ଭାଇରାଲ ଫଟୋକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି “ମୋର ପ୍ରିୟ ଭାଇ” ବୋଲି ଲେଖିଛନ୍ତି। ସିରାଜ ମଧ୍ୟ ତାଙ୍କ ଷ୍ଟୋରୀକୁ ପୁଣି ଶେୟାର କରି “ମୋ ଭଉଣୀ ଭଳି କୌଣସି ତାରା ନାହାନ୍ତି। ମୁଁ ତା’ ବିନା କେଉଁଠି ବି ରହିପାରିବି ନାହିଁ। ତାରା ମାନଙ୍କ ମଧ୍ୟରେ ଜହ୍ନ ଯେମିତି ଗୋଟିଏ, ଠିକ ସେହିପରି ହଜାର ଜଣଙ୍କ ମଧ୍ୟରେ ମୋ ଭଉଣୀ ଗୋଟିଏ।” ଏପରି ପୋଷ୍ଟ ପରେ ସିରାଜ ଓ ଜନାଇଙ୍କ ଡେଟିଂ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଜନାଇ ଭୋସଲେ କିଏ?

୨୩ ବର୍ଷୀୟ ଜନାଇ ହେଉଛନ୍ତି ସୁର ସମ୍ରାଜ୍ଞୀ ଆଶା ଭୋସଲେଙ୍କ ନାତୁଣୀ। ଆଶାଙ୍କ ଦ୍ୱିତୀୟ ପୁଅ ଆନନ୍ଦ ଭୋସଲେଙ୍କ ଏକମାତ୍ର ଝିଅ ହେଉଛନ୍ତି ଜନାଇ। ଆଈ ଆଶାଙ୍କ ଭଳି ଜନାଇ ମଧ୍ୟ ଜଣେ କଣ୍ଠଶିଳ୍ପୀ। ଏକାଧିକ ମିଜ୍ୟୁକ ଆଲବମରେ ସେ ଗୀତ ଗାଇଛନ୍ତି। ଖେଣ୍ଡି ହୈ ଓ ସେୟାନ ବିନା ସେ ଗାଇଥିବା ଗୀତ ମଧ୍ୟରୁ ଅନ୍ୟତମ। ଜନାଇ ଖୁବଶୀଘ୍ର ସିନେମା ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି।

ତାଙ୍କର ପ୍ରଥମ ଫିଲ୍ମ ପ୍ରାଇଡ ଅଫ ଭାରତ-ଛତ୍ରପତି ଶିବାଜୀ ମହାରାଜ ଖୁବଶୀଘ୍ର ରିଲିଜ ହେବ। ଏଥିରେ ଜନାଇ ରାଣୀ ସାଇ ବାଈଙ୍କ ଭୂମିକାରେ ନଜର ଆସିବେ। ୨୩ ବର୍ଷୀୟ କଣ୍ଠଶିଳ୍ପୀ ଓ ଅଭିନେତ୍ରୀ ଜନାଇ ସୋଶାଲ ମିଡିଆରେ ମଧ୍ୟ ବେଶ ସକ୍ରିୟ। ସେ ୨୦୨୩ ଫେବୃଆରୀ ମାସରେ ଇନଷ୍ଟାରେ ଡେବ୍ୟୁ କରିଥିଲେ। ଦୁଇ ବର୍ଷ ମଧ୍ୟରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୨ ଲକ୍ଷ ପାର କରି ସାରିଲାଣି।