BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବୋତଲରେ ମିଳିବନି ପେଟ୍ରୋଲ, ନିଷ୍ପତ୍ତି ନେଲା ସଂଘ

ଭୁବନେଶ୍ବର: ବନ୍ଦ ହେବ ଖୋଲା ପେଟ୍ରୋଲ ବିକ୍ରି । ଆସନ୍ତାକାଲି(ସୋମବାର) ଠାରୁ ବୋତଲରେ ମିଳିବନି ପେଟ୍ରୋଲ। ବାଲେଶ୍ୱର ଘଟଣାକୁ ନଜର ରଖି ଏମିତି ନିଷ୍ପତ୍ତି ନେଇଛି ସଂଘ ବୋଲି କହିଛନ୍ତି ରାଜ୍ୟ ପେଟ୍ରୋଲ ଡିଲର ଆସୋସିଏସନ ସଂଘ ସଭାପତି ଶଶାଙ୍କ ଶେଖର ସାହୁ।

ଏ ନେଇ ଗତକାଲି ସଂଘର ମିଟିଂ ସରିଛି। କେବଳ ସାମ୍ପୁଲ ଓ ଗାଡିରେ ଦେବାକୁ ନିୟମ ଅଛି। ଅତି ଆବଶ୍ୟକ ପରିସ୍ଥିତିରେ ଆଧାରକାର୍ଡ଼ ରଖି ଦିଆଯିବ ପେଟ୍ରୋଲ। ଗାଡିରେ ତେଲ ଯାଉନାହିଁ ବୋଲି ଯାହାର ସନ୍ଦେହ ହେବ ସେମାନେ ମେଜର ମାଧ୍ୟମରେ ତେଲ ଦେଖିପାରିବେ।ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ହେବ ବୋଲି ଜଣାଯାଇଛି।

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଘଟଣାକୁ ନେଇ ପେଟ୍ରୋଲ ଡିଲର ସଂଘ ଲୋକଙ୍କୁ ଆଉ ବୋତଲରେ ପେଟ୍ରୋଲ ନଦେବାକୁ ନିଷ୍ପତ୍ତି ନେଇଛି। ସଂଘର ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ଠାରୁ ବୋତଲରେ ଆଉ ପେଟ୍ରୋଲ ମିଳିପାରିବ ନାହିଁ।

ପେଟ୍ରୋଲ ପମ୍ପରେ ବୋତଲରେ ପେଟ୍ରୋଲ ଦିଆନଯିବା ପାଇଁ ପୂର୍ବରୁ ମଧ୍ୟ ନିୟମ ରହିଛି। କିନ୍ତୁ ନିୟମକୁ ଅଣଦେଖା କରାଯାଉଥିଲା ଏବଂ ପେଟ୍ରୋଲ ଟାଙ୍କିରୁ ବୋତଲରେ ପେଟ୍ରୋଲ ମିଳିଯାଉଥିଲ‌ା।