BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଗୁଣ୍ଠି କୁଆଖିଆ ପାଣି ପାଇଁ ଡହଳ ବିକଳ

ପଟ୍ଟାମୁଣ୍ଡାଇ,୮ା୪(ବ୍ୟୁରୋ): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ ବହୁ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପିଇବା ପାଣି ପାଇ ପାରୁନହାନ୍ତି। ଫଳରେ ଲୋକେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଞ୍ଚାୟତ ଗୁଣ୍ଠି କୁଆଖିଆ ଗ୍ରାମରେ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ପାନୀୟ ଜଳ ଅଭାବ ଯୋଗୁ ଲୋକେ ଉତ୍କଟ ଜଳାଭାବ ଭୋଗୁଛନ୍ତି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘାନାହିଁ। ଗଁାକୁ ପାଞ୍ଚବର୍ଷ ତଳେ ପାଇପ ଯୋଗେ ପାଣି ଆସୁଥିଲା। ମାତ୍ର ପାଇପ ଫାଟି ଯିବା ପରେ ମରାମତି କରା ନ ଯିବା କାରଣରୁ ପ୍ରାୟ ୧୨୦୦ରୁ ଊଦ୍ଧର୍‌ବ ଲୋକ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ୩ ଗୋଟି ନଳକୂପ ସ୍ଥାପିତ ହୋଇଥିଲା ମଧ୍ୟ ୨ ଗୋଟି ଖରାପ ହୋଇପଡିଛି। ଗୋଟିଏ ମାତ୍ର ନଳକୂପରୁ ୧୨ ଶହ ଲୋକ ପିଇବା ପାଣି ସଂଗ୍ରହ କରିବା କଷ୍ଟକର ହୋଇ ପଡୁଛି। ଫଳରେ ପାଣି ପାଇଁ ପ୍ରଚଣ୍ଡ ଖରାରେ ଲମ୍ବା ଧାଡିରେ ଛିଡ଼ା ହେବାକୁ ପଡୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ମିଶ୍ର ଓ କେନ୍ଦ୍ରାପଡ଼ା ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହାର ପ୍ରତିବାଦରେ ସଂସାରଫଳ ସରପଞ୍ଚ ପ୍ରତିନିଧି ଶିବପ୍ରସାଦ ସାମନ୍ତରାୟ, କୁଆଖିଆ ଗ୍ରାମର ମଳୟ ବେହେରା, ରବୀନ୍ଦ୍ର ସାହୁ,ବାବାଜୀ ବେହେରା, ପ୍ରିୟଦର୍ଶୀନୀ ଦାସ, ମିଲି ବେହେରା, ତାପସୀ ଦାସ ପ୍ରମୁଖ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ କେନ୍ଦ୍ରାପଡ଼ା ନିବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ସବୁ ଜାଗାରେ ପାଣି ଠିକ୍‌ ଭାବେ ଲୋକ ପାଉଛନ୍ତି। ଏଭଳି ଫାଲତୁ କଥା ଶୁଣିବାକୁ ସମୟ ନାହିଁ ବୋଲି ସେ କହିଥିଲେ। ଏ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ସଂସାରଫଳ ଓ କୁଆଖିଆ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ଦେବେ ବୋଲି ଚେତାବନୀ ଦେଇଛନ୍ତି