BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କେଶବ ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଭୁବନେଶ୍ୱର : ପଟିଆ ଗ୍ରାମର ବରିଷ୍ଠ ମୁରବୀ, ଶାନ୍ତ ସରଳ, ନିଷ୍କପଟ, ଧର୍ମ ପରାୟଣ ତଥା ଉଦାର ହୃଦୟ ବ୍ୟକ୍ତିତ୍ବ ସ୍ବର୍ଗତ କେଶବ ରାଉତଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଇଷ୍ଟ ଭିୟୁ ଆପାର୍ଟମେଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ମେଳାପି, ପରୋପକାରୀ, ନିଷ୍ଠାପର ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେସ ଜଣାଶୁଣା ଥିଲେ।

ଆଜି ତାଙ୍କ ପ୍ରଥମ ବାର୍ଷିକ ଉତ୍ସବରେ ସକାଳୁ ଜ୍ୟେଷ୍ଠ ପୁତ୍ର ତଥା ୧ ନମ୍ବର ଓ୍ବାର୍ଡର କର୍ପୋରେଟର ମିହିର କୁମାର ରାଉତ ଯଥାବିଧି ଓ ରୀତିନୀତି ଅନୁସାରେ ପିଣ୍ଡଦାନ କରିଥିଲେ। ଏଥିରେ ସମସ୍ତ ପରିବାର,ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ପରେ ଭାଇ ଭୋଜନ ସହିତ ଅନାଥାଶ୍ରମର ପିଲାମାନଙ୍କୁ ଅନ୍ନଦାନ କରାଯାଇଥିଲା।

ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ କିଟ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସା°ସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, କଟକ ମେୟର ସୁବାଷ ସିଂ ଓ କର୍ପୋରେଟରଙ୍କ ସମେତ ଜ୍ଞାନୀ,ଗୁଣୀ ଓ ବୁଦ୍ଧିଜୀବିମାନେ ଯୋଗଦାନ କରି ସ୍ବର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ।