BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କମ୍ରେଡ ବନମାଳୀ ଜେନାଙ୍କ ଶହେତମ ଜନ୍ମଜୟନ୍ତୀ।

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଐତିହାସିକ ପଟିଆ ବନ୍ଧର ଶେଷ ବିନ୍ଧାଣୀ କମ୍ରେଡ୍ ବନମାଳୀ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସ୍ୱର୍ଗତ ବନମାଳୀ ଜେନାଙ୍କର ଜନ୍ମଶତବାର୍ଷିକୀ ଉତ୍ସବ ପାଳନ କରାଯାଇଛି । ପଟିଆ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଜେନାଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ କିଟ୍ ଏବଂ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଉନ୍ମୋଚନ କରିଥିଲେ । ସମ୍ମାନୀତ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷୟିତ୍ରୀ ବୃନ୍ଦ ଓ ଛାତ୍ରୀମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ା

ସ୍ମୃତିକମିଟି ପକ୍ଷରୁ ଦିନମାନ ଧରି ଜନ୍ମଶତବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ସକାଳୁ ପଟିଆ ଛକରୁ ୧୦ଟି ପାଇକ ଆଖଡା ଦଳ ବାହାରି ପଟିଆ ଗ୍ରାମ ପରିକ୍ରମା କରି ଏଲ୍‌.ଏ. ଲନ୍ ଠାରେ ପହଞ୍ଚିଥିଲେ । ଏହି ଉପଲକ୍ଷେ ପଟିଆ କାନନ ବିହାର ପଛପଟେ ଥିବା ଲନ୍ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କ ସହିତ ସ୍ମୃତିକମିଟିର ସଭାପତି ପ୍ରେମାନନ୍ଦ ସାହୁ, ଉପସଭାପତି ନୃସିଂହ ଚରଣ ରାଉତ, ସଂପାଦକ ନୃସିଂହ ବେହେରା, ପବିତ୍ର ମୋହନ ସ୍ୱାଇଁ, ପର୍ଶୁରାମ ପତି ପ୍ରମୁଖ ଶ୍ରୀ ଜେନାଙ୍କ ଉପରେ ଆଲୋକପାତ କରି କହିଥିଲେ କମ୍ରେଡ ବନମାଳୀ ଜେନା ଜଣେ ନିର୍ଭୀକ, ସଚ୍ଚୋଟ, ନ୍ୟାୟବନ୍ତ ବ୍ୟକ୍ତିତ୍ୱ ଥିଲେ । ଜୀବନରେ ନିଜ ପରିଶ୍ରମରେ ନିଜ ଗୋଡରେ ଚାଲିବା ବ୍ୟକ୍ତି ଅତି ବିରଳ । ଜୀବନଯାତ୍ରା ପଥରେ କାହାକୁ ହାତ ପତେଇବାର ନାହି କି ମୁଣ୍ଡ ନୁଆଁଇବାର ନାହିଁ । ନ୍ୟାୟର ପଥପ୍ରଦର୍ଶନରେ ସେ ସର୍ବଦା ପୂଜିତ । ଏହା ଥିଲା ତାଙ୍କ ଜୀବନର ଧର୍ମ । ଶିକ୍ଷା ପ୍ରତି ତାଙ୍କର ମନୋଭାବ ଏପରି ଥିଲା କି ପଟିଆ ବାଳିକା ବିଦ୍ୟାଳୟକୁ ପୋଡିଦେଲା ପରେ ସେ ଧୈର୍ଯ୍ୟର ସହିତ କହୁଥିଲେ ହଁ ଯିଏ ପୋଡିଲେ ଭଗବାନ ତାଙ୍କର ମଙ୍ଗଳ କରନ୍ତୁ । ଆମେ ଛାତ ଘର କରିବା ପିଲାଙ୍କୁ ପାଠ ପଢ଼େଇବା । ଦୀର୍ଘ ୭୮ ବର୍ଷ ପରେ ୨୦୧୦ ମସିହାରେ ପଟିଆ ବଡଦାଣ୍ଡରେ ଜଗନ୍ନାଥ ରଥ ଗଡିବା ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ମହତ ଅବଦାନ ।

ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ସେବା ପାଇଁ ଦଶ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କମ୍ରେଡ ବନମାଳୀ ଜେନା ସ୍ମୃତିସମ୍ମାନ-୨୦୨୧ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଦାରୁଠେଙ୍ଗ ଗ୍ରାମର ରବିନ୍ଦ୍ର ହରିଚନ୍ଦନ, କଳାରାହାଙ୍ଗର ଅନ୍ନପୂର୍ଣ୍ଣା ମିଶ୍ର, ଗାଡକଣର ଲକ୍ଷ୍ମଣ ପାତ୍ର, ସମେଇଗାଡିଆର ବିଶ୍ୱମ୍ବର ପତି, ପଟିଆର ନୃସିଂହ ଚରଣ ରାଉତ, ଗରପୁରର ବସନ୍ତ କୁମାର ରଥ, କଲ୍ୟାଣପୁରର ଧନୁର୍ଧର ସ୍ୱାଇଁ, ବରିମୁଣ୍ଡର ସନାତନ ସ୍ବାଇଁ, ନୀଳାଦ୍ରି ବିହାରର ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ପଦାସାହି ଗ୍ରାମର ମହେନ୍ଦ୍ର ପ୍ରଧାନ । ଏହି ସ୍ମୃତିସଭାକୁ ସୁଧାଂଶୁ ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର ପରିଚାଳନା କରିଥିଲେ ।