BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଟିଆ ଇତିହାସ’ ପୁସ୍ତକର ଉନ୍ମୋଚନ ଉତ୍ସବ ଇତିହାସ ହେଉଛି ସତ୍ୟର ପ୍ରତୀକ ଓ ମୂକସାକ୍ଷୀ

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ସ୍ଥିତ ଯାତ୍ରାପଡ଼ିଆରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ‘ପଟିଆ ଇତିହାସ’ ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟିଆ ରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଯେ, ଏ ମାଟି ଭାଇଚାରାର ମାଟି । ଓଡ଼ିଶାରେ ପଟିଆ ମାଟିର ସ୍ୱତନ୍ତ୍ରତା ରହିଛି । ପଟିଆର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପଟିଆ ଅଞ୍ଚଳ ଶିକ୍ଷାର ହବ୍‌ରେ ପରିଣତ ହୋଇଛି । ନୂତନ ଭୁବନେଶ୍ୱର ହେଉଛି ପଟିଆ । ପଟିଆ ଗଡ଼ରେ ରାହାଗିରି ଆଗାମୀ ଦିନରେ ଆୟୋଜିତ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଥିଲେ ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଶ୍ରୀ ବସନ୍ତ କୁମାର ମଲ୍ଲିକ କହିଲେ ଯେ, ଏହି ପୁସ୍ତକ ଉତ୍ତରପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା, ପଟିଆ ପାଇଁ ଆଜି ଏକ ଐତିହାସିକ ଦିନ । ବିଶିଷ୍ଟ ଐତିହାସିକ ଡଃ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗ ଦେଇ କହିଲେ ଯେ, ଇତିହାସ ହେଉଛି ସତ୍ୟର ପ୍ରତୀକ ଏବଂ ମୂକସାକ୍ଷୀ । ପୁସ୍ତକ ହିଁ ମାଟିର ଐତିହ୍ୟ ଗାଥାର କଥା କୁହେ । ବିଶିଷ୍ଟ ଲେଖକ ମନୋଜ କୁମାର ମହାପାତ୍ର ଅନ୍ୟତମ ସମ୍ମାନିତ ବକ୍ତା ଭାବେ କହିଲେ ଯେ, ପୁସ୍ତକ ପ୍ରକାଶନ ଦ୍ୱାରା ପଟିଆ ଗ୍ରାମବାସୀଙ୍କର ସ୍ୱପ୍ନ ସାକାର ହୋଇଛି । ପଟିଆର ପରିଚୟ ବୃଦ୍ଧି ଲାଗି ଏହା ଏକ ମାଇଲଖୁଣ୍ଟ । ଅନ୍ୟତମ ସମ୍ମାନିତ ବକ୍ତା ତଥା ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଶ୍ରୀ ରାମକୃଷ୍ଣ ପଣ୍ଡା କହିଲେ ଯେ, ପୁସ୍ତକ ପ୍ରକାଶନ ନିଶ୍ଚୟ ସ୍ୱାଗତଯୋଗ୍ୟ । ପଟିଆ ସାରାଓଡ଼ିଶା ଓ ଦେଶରେ ଜନ ଆନ୍ଦୋଳନ ପାଇଁ ପରିଚିତ ।
ସମାଜସେବୀ ତଥା ଉତ୍ସବର ଆୟୋଜକ ଶ୍ରୀ ଅଭୟ କୁମାର ବଡ଼ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପଟିଆର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏହି ପୁସ୍ତକ ରଚିତ ହୋଇଛି ଏବଂ ଭବିଷ୍ୟତରେ ଏହାର ଦ୍ୱିତୀୟ ସଂସ୍କରଣ ଆହୁରି ଉନ୍ନତମାନର ହୋଇ ପ୍ରକାଶିତ ହେବ ବୋଲି କହିଥିଲେ । ବରିଷ୍ଠ ଗ୍ରାମବାସୀ ଶ୍ରୀ ନୃସିଂହ ଚରଣ ରାଉତ କହିଲେ ଯେ, ପଟିଆଗଡ଼ର ଭାଇଚାରା ଆମ୍ଭମାନଙ୍କ ପାଇଁ ପ୍ରେରଣାର ଉତ୍ସ । ପଟିଆ ଗ୍ରାମ ମଙ୍ଗଳ କମିଟି ସଭାପତି ଶ୍ରୀ ଚିରଞ୍ଜନ ପାତ୍ର କହିଲେ ଯେ, ଏହି ପୁସ୍ତକର ପ୍ରକାଶନ ନିଶ୍ଚୟ ବଡ଼କଥା । ପଟିଆ ମାଟିରେ ଜନ୍ମ ହୋଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ସ୍ଥାନୀୟ କର୍ପୋରେଟ ଲକ୍ଷ୍ମୀପ୍ରିୟା ପରିଡ଼ା ଯୋଗଦେଇ କହିଲେ ଯେ, ପଟିଆ ଇତିହାସ ଆମ୍ଭମାନଙ୍କ ପାଇଁ ତଥା ଆମ୍ଭ ପିଢିମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ ଓ ଗୌରବର ଦିନ । ଅମୂଲ୍ୟ କୁମାର ଜେନା କହିଲେ ଯେ, ଉତ୍ତର ପିଢି ପାଇଁ ଏହା ଏକ ଶିକ୍ଷଣୀୟ ବିଷୟବସ୍ତୁ । ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।
ଏହି ଅବସରରେ ‘ପଟିଆ ଇତିହାସ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ଶ୍ରୀ କିଶୋର ଜେନା, ରାଜଗୁରୁ ଶ୍ରୀ ଗିରିଜା ପ୍ରସାଦ ତ୍ରିପାଠୀ, ଶ୍ରୀ ପ୍ରେମାନନ୍ଦ ସାହୁ, ଶ୍ରୀ ନୃସିଂହ ଚରଣ ଖାଡ଼େଙ୍ଗଜା, ଶ୍ରୀ ବସନ୍ତ କୁମର ରଥ, ଶ୍ରୀ ବସନ୍ତ କୁମାର ମହାପାତ୍ର, ଶ୍ରୀ ସୁଧାଂଶୁ ମହାପାତ୍ର, ଶ୍ରୀ ନୃସିଂହ ଚରଣ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ଶ୍ରୀ ଅଦ୍ୱୈତ ଚମ୍ପତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବକୁ ପରିଚାଳନା କରିଥିଲେ କୈଳାସ ଚନ୍ଦ୍ର ସାହୁ, ରଞ୍ଜନ କୁମାର ଜେନା ।