BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୦ ଲୁଗାବୁଣା ତନ୍ତ ବସାଇଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର: ନୂତନ ବର୍ଷରେ ବୁଣାକାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛି ପରିଚୟ ଫାଉଣ୍ଡେସନ୍ । ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍‌ ଇଣ୍ଡିଆ(ଇସିଜିସି) ସହାୟତାରେ ମହିଳା ବୁଣାକାରଙ୍କ ପାଇଁ ୧୦ଟି ଲୁଗାବୁଣା ତନ୍ତ ବସାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଆଠଗଡରେ ଏହି ତନ୍ତ ବସାଇ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି । ଭିତ୍ତିଭୂମି ଓ ଆନୁସଂଗିକ ଉପକରଣ ଅଭାବରୁ ମହିଳା ବୁଣାକାରମାନେ ଆଗକୁ ଆସିପାରୁନାହାଁନ୍ତି। ଏହି ଅଭାବକୁ ଦୂର କରିବାକୁ ପ୍ରୋଜେକ୍ଟ ପରିଣିତୀ ଅଧିନରେ ଏହି ସହାୟତା ଆରମ୍ଭ କରାଯାଇଛି । ଆଗକୁ ମଧ୍ୟ ଅଭାବୀ ବୁଣାକାରଙ୍କ ପାଇଁ ଏଭଳି ତନ୍ତ ବସାଇବାର ବ୍ୟବସ୍ଥା କରାଯିବ ବୋଲି ଫାଉଣ୍ଡେସନ୍ ପଷରୁ କୁହାଯାଇଛି । ମାନସିକ ରୋଗ ବିଶେଷଜ୍ଞ ଡ. ଅମ୍ରିତ୍ ପାଟ୍ଟଯୋଶୀ ଓ ଇସିଜିସିର ବରିଷ୍ଠ ପରିଚାଳକ କୌଶିକ ମିତ୍ର ଉପସ୍ତିତ ରହି ଗରିବ ବୁଣାକାର ପରିବାରଙ୍କ ପାଇଁ ଫାଉଣ୍ଡେସନ୍ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ । ମହିଳା ବୁଣାକାରଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଆମେ ନିରନ୍ତର ଉଦ୍ୟମ ଜାରି ରଖିବୁ ବୋଲି ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ କହିଛନ୍ତି।