BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପରୀ ହତ୍ୟାକାଣ୍ଡର ନୂଆ ମୋଡ।

ନୟାଗଡ଼ ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବା ପାଇଁ ଏସ୍‌ଆଇଟି କରିଥିବା ଆବେଦନକୁ ଜୁଭେନାଇଲ କୋର୍ଟ ବିଚାର କରିବାକୁ ଆଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ରାୟ ପରେ କ୍ରାଇମ୍‌ବ୍ରାଞ୍ଚ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)କୁ ଶକ୍ତ ଝଟ୍‌କା ଲାଗିଛି। ଅଭିଯୁକ୍ତଙ୍କୁ କେଉଁ ଉଦ୍ଦେଶ୍ୟରେ ଏସ୍‌ଆଇଟି ସାବାଳକ ସଜାଇଥିଲା ଏବେ ତାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଅଭିଯୁକ୍ତ କଲେଜ ଛାତ୍ରଙ୍କୁ ସାବାଳକ ଦର୍ଶାଇ ଏସ୍‌ଆଇଟି ଗତ ୨୧ତାରିଖରେ କୋର୍ଟଚାଲାଣ କରିଥିଲା। ଏପରିକି ୩ଦିନିଆ ରିମାଣ୍ଡରେ ନେଇ ଘଟଣାସ୍ଥଳରେ ଡେମୋ ପ୍ରଦର୍ଶନ କରିଥିଲା। ପରେ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ସୋମବାର କୋର୍ଟରେ ଆବେଦନ କରାଯାଇଥିଲା। ମଙ୍ଗଳବାର ଅଦାଲତ ଉକ୍ତ ଆବେଦନର ଶୁଣାଣି କରିଥିଲେ। ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟର ବୟସକୁ ଆଧାର କରି ବିଚାରପତି ଉଦୟଭାନୁ ଜେନା ରାୟ ଶୁଣାଇ ଅଭିଯୁକ୍ତ ଛାତ୍ର ନାବାଳକ ହୋଇଥିବାରୁ ମାମଲାକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ(କିଶୋର ନ୍ୟାୟ ଅଦାଲତ)କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋକ୍‌ସୋ ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ଅଭିଯୁକ୍ତ ଛାତ୍ରଙ୍କୁ ଜୁଭେନାଇଲ୍‌ ବୋର୍ଡରେ ହାଜର କରାଯାଇଛି। ବିଚାରପତି ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩ଜଣିଆ ବୋର୍ଡ କଲେଜ ଛାତ୍ରଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇଛନ୍ତି। ଆସନ୍ତା ୮ତାରିଖରେ ଜୁଭେନାଇଲ୍‌ କୋର୍ଟରେ ମାମଲାର ଶୁଣାଣି ହେବ।
ଅଭିଯୁକ୍ତଙ୍କୁ ଗତ ଡିସେମ୍ବର ୨୧ ତାରିଖରେ ଏସ୍‌ଆଇଟି କୋର୍ଟ ଚାଲାଣ କରିଥିଲା। ଏସ୍‌ଆଇଟିର ଅନୁରୋଧ କ୍ରମେ ପୋକ୍‌ସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ୨୨, ୨୩ ଓ ୨୪ ତାରିଖ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ରିମାଣ୍ଡ ଶେଷ ପରେ ତାଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଥିଲା। ସୋମବାର କଲେଜ ଛାତ୍ରଙ୍କ ବିଚାର ବିଭାଗୀୟ ମିଆଦ ଶେଷ ହେବା ପରେ ଏସ୍‌ଆଇଟି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଏପରି କି ଅଭିଯୁକ୍ତ ଛାତ୍ରଙ୍କ ନାର୍କୋ ଆନାଲିସିସ୍‌ ପାଇଁ ଏସ୍‌ଆଇଟି ପକ୍ଷରୁ ଅଦାଲତରେ ଆବେଦନ କରାଯାଇଥିଲା। ଅପରପକ୍ଷରେ ଅଭିଯୁକ୍ତ ଛାତ୍ରଙ୍କ ପକ୍ଷରୁ ନାବାଳକ ପ୍ରମାଣପତ୍ର କୋର୍ଟରେ ଦାଖଲ କରାଯିବା ସହ ମାମଲାକୁ ଜୁଭେନାଇଲ୍‌ କୋର୍ଟରେ ବିଚାର କରିବାକୁ ପ୍ରାର୍ଥନା କରାଯାଇଥିଲା। ଏହାପରେ ଅଦାଲତ ସମ୍ପୃକ୍ତ ଛାତ୍ର ମା’ଙ୍କଠାରୁ ଜନ୍ମ ତାରିଖ ସମ୍ପର୍କରେ ମତାମତ ନେଇଥିଲେ। ପୋକ୍‌ସୋ କୋର୍ଟ ଏହାର ଶୁଣାଣି କରି ରାୟ ଦେଇ କଲେଜ ଛାତ୍ରଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ପରୀଙ୍କ ମା’ବାପା ଓ କଲେଜ ଛାତ୍ରଙ୍କ ମା’ ନ୍ୟାୟର ଜୟ ବୋଲି କହିବା ସହ ଏସ୍‌ଆଇଟିର ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି।
ଅଭିଯୁକ୍ତ ଛାତ୍ରଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ସୂଚନା ଅନୁସାରେ, କଲେଜ ଛାତ୍ରଙ୍କ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୬।୨।୨୦୦୩ ରହିଛି, ଯାହାକି ପୂର୍ବରୁ ଏସ୍‌ଆଇଟି ଅବଗତ ଥିଲା। ଏହାସତ୍ତ୍ୱେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତଙ୍କ ଓସିଫିକେଶନ ଟେଷ୍ଟ ଆଧାରରେ ୧୮ବର୍ଷରୁ ଅଧିକ ବୋଲି କୋର୍ଟରେ ପ୍ରମାଣ ପତ୍ର ଦାଖଲ କରିଥିଲେ। ଫଳରେ କୋର୍ଟ କଲେଜ ଛାତ୍ରଙ୍କୁ ଜେଲ ପଠାଇ ଦେଇଥିଲେ। ନାବାଳକଙ୍କୁ ବାଳ ସୁଧାର ଗୃହରେ ରଖିବାର ନିୟମ ରହିଛି। ହେଲେ ଏସ୍‌ଆଇଟି କଲେଜ ଛାତ୍ରଙ୍କୁ ବାଳସୁଧାର ଗୃହକୁ ନ ପଠାଇ କାହିଁକି ଏପରି କଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମିଶ୍ର କହିଛନ୍ତି।