BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାରାଦୀପ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଓ୍ବାର୍ଡ ସ°ରକ୍ଷଣ ତାଲିକା

ପାରାଦୀପ, ୧୦।୧୧ : ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ ଓ୍ବାର୍ଡର ତାଲିକା ବଦଳି ଯାଇଛି। ଏଥିରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ୧୯ଟି ଓ୍ବାର୍ଡରୁ ମହିଳାଙ୍କ ପାଇଁ ୧୦ ଓ ପୁରୁଷଙ୍କ ଆସନ ସଂଖ୍ୟା ୯ ରହିଛି। ୧, ୪, ୫, ୬, ୧୧, ୧୨ ନଂ . ଓ୍ବାର୍ଡ ସାଧାରଣ ବର୍ଗ, ୨, ୭, ୧୫, ୧୬ ଓ ୧୮ନଂ. ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ୮,୯ ଓ ୧୪ ଓ୍ବାର୍ଡ ପଛୁଆବର୍ଗ ମହିଳା ପାଇଁ ଉଦ୍ଦିଷ୍ଟ ରହିଛି। ୧୩ ନଂ. ଓ୍ବାର୍ଡ ଅନୁସୂଚିତ ଜନଜାତି ମହିଳା, ୧୭ ନଂ. ଓ୍ବାର୍ଡ ଅନୁସୂଚିତ ଜାତିର ମହିଳା, ୧୦ ନଂ. ଓ୍ବାର୍ଡ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ୩ ନଂ. ଓ ୧୯ନଂ. ପଛୁଆବର୍ଗଙ୍କ ସଂରକ୍ଷିତ ରହିଛି । ଏହାବାଦ୍‌ ୧୯ ଟି ଓ୍ବାର୍ଡର ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଉପରେ ଅଭିଯୋଗ କିମ୍ବା ପ୍ରସ୍ତାବ ଥିଲେ ନଭେମ୍ବର ୧୮ ମଧ୍ୟରେ ଜଣାଇବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ତାଲିକା ଘୋଷଣା ପରେ ଅନେକ ଆଶାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି। ସରକାରୀ ବିଜ୍ଞପ୍ତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଲଗା ଅଲଗା ବୈଠକ ଚାଲିଛି। ଏତଦ୍‌ବ୍ୟତୀତ ପୌରାଧ୍ୟକ୍ଷ ପାଇଁ ସିଧାସଳଖ ନିର୍ବାଚନ ବ୍ୟବସ୍ଥା ଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସଂରକ୍ଷଣ ତାଲିକା ୨୦୧୧ ଜନଗଣନା ଅନୁଯାୟୀ ହୋଇଛି। ୬୮, ୩୮୫ ଜନସଂଖ୍ୟା ବିଶିଷ୍ଟ ପାରାଦୀପ ପୌର ପରିଷଦରେ ୧୭ ଏପ୍ରିଲ ୨୦୨୦ରୁ କାଉନ୍‌ସିଲର ଖାଲି ପଡିଛି। ଏବେ ସଂରକ୍ଷଣ ତାଲିକା ଘୋଷଣା ପରେ ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି।