BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାରାଦୀପରେ ଗ୍ୟାସ ଲିକ୍ ୧୩ ଅସୁସ୍ଥ।

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ଶିଳ୍ପାଞ୍ଚଳରେ ରବିବାର ଲକ୍ଷ୍ମୀନାରାୟଣ ଏକ୍ସପୋର୍ଟ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଛି। ଏହାର ପ୍ରଭାବରେ ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ ମେଡିକାଲ ପଠାଯାଇଛି। ଅନ୍ୟ ୧୦ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଲକ୍‌ଥାନା ପୋଲିସ, ଏଏସ୍‌ପି ନିମାଇଁ ସେଠୀ, ଏଡିଏମ୍‌ କାହ୍ନୁଚରଣ ଧୀର ପ୍ରମୁଖ ପ୍ଲାଣ୍ଟରେ ପହଞ୍ଚି ଗ୍ୟାସ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନଙ୍କୁ ଡକାଇ ଘଟଣାର ଅନୁଧ୍ୟାନ କରିଥିଲେ। ଏପରିକି ଅଧିକାରୀମାନେ ଅଧିକ ତଦନ୍ତ ପାଇଁ ପ୍ଲାଣ୍ଟକୁ ସିଲ୍‌ କରିଦେଇ ଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ପ୍ଲାଣ୍ଟ କିଛି ଦିନ ହେଲା ବନ୍ଦ ରହିଥିଲା। ମେ ୧ତାରଖରୁ ପ୍ଲାଣ୍ଟ ପୁଣି କାର୍ଯ୍ୟକ୍ଷମ ହୋଇଥିଲା। ରବିବାର ଫ୍ରିଜର ରୁମ୍‌ର ଆଇସ ପ୍ଲେଟ୍‌ ଖସି ଆମୋନିଆ ପାଇପ ଉପରେ ପଡିଥିଲା। ଫଳରେ ପାଇପ୍‌ ଫାଟି ଗ୍ୟାସ ଲିକ୍‌ ହୋଇଥିବା ଜଣାପଡିଛି।