BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଶହେ ବର୍ଷ ତଳେ ବିଲୁପ୍ତପ୍ରାୟ ସାନ୍ତାଳୀ ଭାଷା ଆଜି ବିଶ୍ୱ ଦରବାରରେ ଗୌରବର ସହ ଦଣ୍ଡାୟମାନ

ବିଧାନସଭାଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଶହେ ବର୍ଷ ତଳେ ବିଲୁପ୍ତପ୍ରାୟ ସାନ୍ତାଳୀ ଭାଷା ଆଜି ବିଶ୍ୱ ଦରବାରରେ ଗୌରବର ସହ ଦଣ୍ଡାୟମାନ । ଏହି ଭାଷାକୁ ମୃତୁ୍ୟ ସଞ୍ଜିବନୀ ପ୍ରଦାନ କରିଛନ୍ତି ଗୁରୁ ଗୋମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁ । ୧୯୦୫ ମସିହା ବୈଶାଖ ପୂର୍ଣ୍ଣିମା ତିଥିରେ ଜନ୍ମିତ ଗୁରୁ ଗୋମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆଜି ୧୨୦ତମ ଜୟନ୍ତୀ ।
ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ଡାହାରଡିହି ଗ୍ରାମରେ ପିତା ନନ୍ଦଲାଲ ମୁର୍ମୁ ଓ ମାତା ସଲମା ମୁର୍ମୁଙ୍କ କୋଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ । ସେ ଗହ୍ମାରିଆ ୟୁପି ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିବାବେଳେ ଓଡ଼ିଆ ଭାଷା ବୁଝିବାରେ ଅସହାୟତା ଯୋଗୁଁ ତାଙ୍କ ମନରେ ସାନ୍ତାଳୀ ଭାଷାରେ ଶିକ୍ଷାର ଆବଶ୍ୟକତା ନେଇ ଭାବନା ଉଦ୍ରେକ ହୋଇଥିଲା । ୧୯୨୪-୨୫ରେ ବାରିପଦା ହାଇସ୍କୁଲରେ ପଢ଼ିବା ସମୟରେ ସେ ସାନ୍ତାଳୀ ଭାଷା ପାଇଁ ସ୍ୱତନ୍ତ୍ର ଲିପି ‘ଅଲ୍‌ଚିକି’ ଉଦ୍ଭାବନ କରିଥିଲେ । ଆଜି ସାନ୍ତାଳୀ ଭାଷା ପୁନର୍ଜୀବନ ପାଇଛି ଓ ସାନ୍ତାଳୀ ଶିକ୍ଷା ଏକ ବିପ୍ଳବର ରୂପ ନେଇଛି । ଆଜି ‘ଅଲ୍‌ଚିକି’ ଲିପି ୧୦୦ ବର୍ଷରେ ପଦାର୍ପଣ କରିଥିବାବେଳେ ଭାରତର ବହୁବର୍ଣ୍ଣ ଭାଷା-ସାହିତ୍ୟ ଜଗତରେ ଏହାର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ।
ଆଜି ଓଡ଼ିଶା ବିଧାନସଭାଠାରେ ଗୁରୁ ଗୋମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ବିଧାୟକ ଶ୍ରୀ ପିୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଏସ୍‌ପି, ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ ବେହେରା, ଯୁଗ୍ମ ସଚିବ ଶ୍ରୀ ବିଦ୍ୟାଧର ମାଝୀ, ଉପସଚିବ ଶ୍ରୀ ଆଶିଷ ରଞ୍ଜନ ଖୁଣ୍ଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।