BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାକିସ୍ତାନ ହରାଇବ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ କ୍ଷମତା

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ଦ୍ବାରା ଭାରତକୁ ଏକ ବଡ଼ ଫାଇଦା ମିଳିବା ସହିତ ପାକିସ୍ତାନ ପାଇଁ ଚିନ୍ତା ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଏବେ ଆମେରିକା ହାତକୁ ଚାଲିଯିବା ସହିତ ପାକିସ୍ତାନ ଏନପିଟି ( ଅଣୁ ଅସ୍ତ୍ର ନିରୋଧୀ ଚୁକ୍ତି)ରେ ସାମିଲ ହେବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି।

ପାକିସ୍ତାନ ବିପକ୍ଷରେ ଭାରତର ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ପ୍ରମୁଖ ୮ଟି ସାମରିକ ଘାଟି ଉପରେ ଆକ୍ରମଣ କରାଯାଇ ଧ୍ବସ୍ତ ବିଧ୍ବସ୍ତ କରିଦିଆଯାଇଥିଲା। ତେବେ ଏହାମଧ୍ୟରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦୁଇ ସାମରିକ ଘାଟି ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନୁର୍‌ ଖାନ ଏବଂ ସରଗୋଧା ଏୟାରବେସ୍‌ ଉପରେ ଭାରତର ଆକ୍ରମଣ ପାକ୍‌ ସେନାର ମନୋବଳକୁ ଦୋହଲାଇ ଦେଇଥିଲା।

ପଞ୍ଜାବ ପ୍ରଦେଶର ସରଗୋଧା ଏୟାରବେସ୍‌ ହେଉଛି ପାକିସ୍ତାନ ବାୟୁ ସେନାର ସବୁଠୁ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି। ଏଠାରେ ସର୍ବାଧିକ ଏଫ-୧୬ ଏବଂ ଜେଏଫ୍‌-୧୭ ବିମାନ ମହଜୁଦ ରହିଛି। କିନ୍ତୁ ଅପରେସନ ସିନ୍ଦୂରରେ ଭାରତୀୟ ସେନା ଏହି ଏୟାରବେସ୍‌ ଉପରେ ଆକ୍ରମଣ କରି ପ୍ରଭୂତ କ୍ଷତି ଘଟାଇଥିଲା ବେଳେ ଏଠାରୁ ମାତ୍ର ୨୦ କିମି ଦୁରରେ କିରାନା ହିଲ୍ସ ଅଞ୍ଚଳରେ ମହଜୁଦ ରହିଥିବା ପାକିସ୍ତାନର ପରମାଣୁ ଅସ୍ତ୍ର ଭଣ୍ଡାର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବ