BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ, ସୀମାରେ ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ

ନୂଆଦିଲ୍ଳୀ: ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ଅଖନୁର, ରାଜୌରୀ ଓ ଆରଏସପୁରାରେ ଗୁଳିମାଡ଼ କରିଛି। ଜମ୍ମୁ କାଶ୍ମୀରରେ ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ କରିଛି। ଅରନିଆ, କଠୁଆ, ପୁଞ୍ଚ, ମେଣ୍ଢର, ଜମ୍ମୁ, ଏବଂ ନୌସେରାରେ ପାକିସ୍ତାନୀ ସେନା ଗୁଳିବର୍ଷଣ ଜାରି ରଖିଛନ୍ତି। ପାକିସ୍ତାନୀ ସେନାଙ୍କ ଗୁଳିମାଡ଼କୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ଅସ୍ତ୍ରବିରତି ଘୋଷଣାର ୩ଘଣ୍ଟା ପରେ ପାକିସ୍ତାନ ଏଲଓସିରେ ଉଲ୍ଲଙ୍ଘନ କରିଥିବା ସୂଚନା ମିଳିଛି।

ପାକିସ୍ତାନୀ ସେନା ଡ୍ରୋନ ମାଡ଼ ସହ ଗୁଳିବର୍ଷଣ କରୁଛି। ପାକିସ୍ତାନୀ ସେନାର ଗୁଳିମାଡ଼କୁ ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ) ମୁହଁତୋଡ଼ ଜବାନ ଦେଇଛି। ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛି। ଶ୍ରୀନଗରରେ ୪-୫ଟି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି ବୋଲି ଏକ୍ସରେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୂଚନା ଦେଇଛନ୍ତି।