BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୩ଦିନର ଆକ୍ରମଣରେ ଆଣ୍ଠେଇଲା ପାକିସ୍ତାନ; ଭାରତକୁ ଫୋନ୍‍ କରି ଶାନ୍ତି ପାଇଁ କଲା ଅପିଲ୍‍

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ୟୁଟର୍ଣ୍ଣ ମାରିଛି ପାକିସ୍ତାନ । ମାତ୍ର ତିନି ଦିନର ଆକ୍ରମଣରେ ଆଣ୍ଠୁମାଡି ପଡିଛି ପାକିସ୍ତାନ । ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକିସ୍ତାନ ଏବେ ଯୁଦ୍ଧ ଚାହୁଁ ନାହିଁ ବରଂ ଶାନ୍ତି ଚାହୁଁଛି । ସେଥିପାଇଁ ନିଜ ଆଗୁଆ ଭାରତକୁ ଶାନ୍ତି ପାଇଁ ନିବେଦନ କରିଛି ।

ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଭାରତ ସହିତ ଏକ ବୈଠକ କରିବାକୁ ଚାହୁଁଛି । ଦୁଇ ଦେଶ ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ଶୀର୍ଷରେ ପହଂଞ୍ଚିଛି । କହିବାକୁ ଗଲେ ଯୁଦ୍ଧ ଗୋଟିଏ ପ୍ରକାର ଆରମ୍ଭ ହୋଇଯାଇଛି । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ପାକିସ୍ତାନ ପକ୍ଷରୁ ହେଉଥିବା ସବୁ ପ୍ରକାର ଆକ୍ରମଣର କଡା ଜବାବ ଦେଉଛି ଭାରତୀୟ ସେନା । ଭାରତ ଶତ୍ରୁ ରାଷ୍ଟ୍ରକୁ ଏତେ ମାତ୍ରାରେ କ୍ଷତି ପହଞ୍ଚାଇଛି ଯେ ଫଳରେ ଆଣ୍ଠେଇବାକୁ ବାଧ୍ୟ ହୋଇଛି । ଶେଷରେ କୌଣସି ଉପାୟ ନପାଇ ଶାନ୍ତିର ଗୁହାରି ଲଗାଇଛି ।*