ନୂଆଦିଲ୍ଲୀ : ଗତ କିଛି ଘଣ୍ଟା ମଧ୍ୟରେ, ଆଜି ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିବା ପାରସ୍ପରିକ ବୁଝାମଣା ବାରମ୍ବାର ଉଲ୍ଲଂଘନ ହୋଇଛି। ଏହା ଆଜି ହୋଇଥିବା ଚୁକ୍ତିନାମାର ଏକ ଗମ୍ଭୀର ଉଲ୍ଲଂଘନ। ଆମର ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର ଉପଯୁକ୍ତ ଏବଂ ପ୍ରଭାବଶାଳୀ ଜବାବ ଦେଉଛନ୍ତି, ଏବଂ ଭାରତ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି। ଅପରେସନ ସିନ୍ଦୁର ଅନ୍ତର୍ଗତ ଅସ୍ତ୍ରବିରତି ଉଲ୍ଲଂଘନ ପରେ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏହା କହିଛନ୍ତି
ଆମେ ପାକିସ୍ତାନକୁ ଏହି ଉଲ୍ଲଂଘନ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଏହି ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରତା ଏବଂ ଦାୟିତ୍ୱର ସହିତ ମୁକାବିଲା କରିବାକୁ ନିବେଦନ କରୁଛୁ। ଆମର ସଶସ୍ତ୍ର ବାହିନୀ ସଜାଗ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଉଭୟରେ ପୁନରାବୃତ୍ତି ହେଲେ କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅପରେସନ ସିନ୍ଦୁର ଅନ୍ତର୍ଗତ ଅସ୍ତ୍ରବିରତି ଉଲ୍ଲଂଘନ ପରେ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରକାଶ କରିଛନ୍ତି।
For the last few hours, there have been repeated violations of the understanding arrived at earlier this evening between the Directors General of Military Operations of India and Pakistan. This is a breach of the understanding arrived at earlier, today. The Armed Forces are… pic.twitter.com/dd2eZSQZNq
— PIB India (@PIB_India) May 10, 2025