BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୧୮ ବର୍ଷରେ ବିବାହ ଅନିବାର୍ଯ୍ୟ ପାଇଁ ଏହି ଦେଶ ଆଣିବ ଆଇନ୍।

କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍‌ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍‌ ଏ ଅଲମରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏଭଳି କରିବାକୁ ବିଫଳ ହୋଇଥିବା ଅଭିଭାବକଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ମୁତ୍ତାହିଦା ମଜଲିସ୍‌ ଏ ଅଲମର ସଦସ୍ୟ ସୟଦ୍‌ ଅବଦୁଲ୍‌ ରଶିଦ୍‌ ‘ସିନ୍ଧ୍‌ ଅନିବାର୍ଯ୍ୟ ବିବାହ ଅଧିନିୟମ-୨୦୨୧’ ନାମକ ଏହି ବିଧେୟକ ଉପସ୍ଥାପନ କରିଛନ୍ତି। ଏହା ଦ୍ୱାରା ବଳାତ୍କାର ଘଟଣାରେ ରୋକ ଲଗାଯାଇ ପାରିବ ବୋଲି ପ୍ରସ୍ତାବରେ ଦର୍ଶାଯାଇଛି। ବିବାହ କରାଯାଇଥିବା ନେଇ ଏକ ଶପଥପତ୍ର ଜିଲା ଉଚ୍ଚାୟୁକ୍ତଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯିବ। ଏହା ନ କରି ପାରିଥିବା ଅଭିଭାବକଙ୍କୁ ଜରିମାନା ଦଣ୍ଡାଦେଶ କରାଯିବ। ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ସମାଜରେ ଅପରାଧ କମିବ ବୋଲି ୟଦ୍‌ ଅବଦୁଲ୍‌ ରଶିଦ୍‌ କହିଛନ୍ତି।