BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାକିସ୍ତାନ ସୁଡଙ୍ଗ କରି ଆତଙ୍କବାଦୀ ଛାଡୁଛି।

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଏଥିପାଇଁ ସୀମାନ୍ତରେ ସୁଡ଼ଙ୍ଗ ଖୋଳି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି। ଶନିବାର ପୁଣି ଏକ ସୁଡ଼ଙ୍ଗ ଠାବ ହୋଇଛି, ଯେଉଁବାଟେ ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରୁଥିବା ଜଣାପଡ଼ିଛି।
ଶନିବାର ଠାବ ହୋଇଥିବା ସୁଡ଼ଙ୍ଗର ଲମ୍ବ ପ୍ରାୟ ୧୫୦ ମିଟର ହେବ। ବିଏସଏଫ ଯବାନମାନେ ହୀରାନଗରର ପାନସର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ସୁଡ଼ଙ୍ଗ ଠାବ କରିଛନ୍ତି। ପାକିସ୍ତାନୀ ଗୁଇନ୍ଦା ବିଭାଗ ଏହି ସୁଡ଼ଙ୍ଗ ବାଟେ ଆତଙ୍କୀଙ୍କୁ ଭାରତ ପଠାଉଥିଲା। ଏହା ଗତ ୧୦ ଦିନ ମଧ୍ୟରେ ବିଏସଏଫ ଦ୍ବାରା ଠାବ ହୋଇଥିବା ୨ୟ ସୁଡ଼ଙ୍ଗ।

ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ସୁଡ଼ଙ୍ଗ ବିଷୟରେ ବିଶିଷ୍ଟ ସୂତ୍ରରୁ ସେନାକୁ ଖବର ମିଳିଥିଲା। ଏହା ପରେ ବିଏସଏଫ ପକ୍ଷରୁ ପନସର ଅଞ୍ଚଳରେ ଆଣ୍ଟି ଟନେଲିଂ ଡ୍ରାଇଭ ଆରମ୍ଭ କରି ଏହାକୁ ଠାବ କରିଥିଲା। ଏହି ସୁଡ଼ଙ୍ଗ ଭୂପୃଷ୍ଠରୁ ୩୦ ଫୁଟ ଗଭୀରରେ ଖୋଳାଯାଇଛି। ଏହାକୁ ମିଶାଇ ଜାମ୍ମୁ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୦ଟି ସୁଡ଼ଙ୍ଗ ଠାବ ହେଲାଣି।