BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାଇକ ଆଖଡା ବଞ୍ଚାଇ ରଖିଛନ୍ତି ବୀର ପାଇକ ପୁଅ

ଗଞ୍ଜାମ:ଚାଙ୍ଗୁ ବାଜାର ନାଦରେ ଯୁଦ୍ଧ କରୁଛନ୍ତି ବୀର ପାଇକ ପୁଅ । ପ୍ରାୟ ୨୦୦ ବର୍ଷ ହେବ ପିଢ଼ି ପରେ ପିଢ଼ି ଏହି ପାଇକ ଆଖଡା କଳାକୁ ବଞ୍ଚେଇ ରଖିଆସିଛନ୍ତି ।

ଚାଙ୍ଗୁ ବାଜାର ଶବ୍ଦରେ ଯୁଦ୍ଧ କରୁଛନ୍ତି ବୀର ପାଇକ ପୁଅ । ଏବେବି ଗାଁ ଗଣ୍ଡାରେ ବଞ୍ଚି ରହିଛି ବୀର ପାଇକ ଆଖଡା । ଚାଙ୍ଗୁ ବାଜାର ଶବ୍ଦ ଶୁଣିଲା କ୍ଷଣି ଠେଙ୍ଗା ଖଣ୍ଡିଏ ଧରି ଓହ୍ଲାଇପଡ଼ନ୍ତି ମଇଦାନକୁ ଗ୍ରାମର ଅନେକ ଲୋକ । କଳିଙ୍ଗ ବୀର ପାଇକ ପୁଅଙ୍କ ଏହି କଳାକୁ ଗ୍ରାମରେ ପ୍ରାୟ ୨୦୦ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହି ପାଇକ ଆଖଡା କଳାକୁ ବଞ୍ଚେଇ ଆସିଛନ୍ତି  । ଏ ହେଉଛି ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତ୍ରଗତ ଗଙ୍ଗାପୁର ଗ୍ରାମରେ ରହିଥିବା ମା ଶିତଳା ଠାକୁରାଣୀ ପାଇକ କଳା ଅନୁଷ୍ଠାନ।

ବହୁ ବର୍ଷ ପୂର୍ବରୁ ପ୍ରଥମେ ସ୍ୱାଗତ ଗୁରୁ ଦୁଃଖା ନାହାକ ଏହି ଗ୍ରାମରେ ପାଇକ ଆଖଡା ଶିକ୍ଷା ଦେଇଥିଲେ ପରେ ପିଢ଼ି ପରେ ପିଢ଼ି ଆଉ ବର୍ତ୍ତମାନ ଗୁରୁ ସମ୍ବାରୀୟା ନାହାକ ଏହି କଳାକୁ ବଜାୟ ରଖିବାରେ ପ୍ରୟାସ କରିଛନ୍ତି । ବର୍ତ୍ତମାନର ଆଧୁନିକ ଯୁଗରେ ଏହି କଳାକୁ ବଜାୟ ରଖିବା କଷ୍ଟ ସାଧ୍ୟ ହୋଇଥିବା ବେଳେ  ଏହି ଗ୍ରାମରେ ଅନେକ ପାଇକ ଅଖଡା କଳା ଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ  ଏହି କଳା ଶିକ୍ଷା ପାଇଁ ଅବଶ୍ୟକ ଭିତ୍ତି ଭୂମି ନଥିବା ହେତୁ ଏହି କଳା ଭଲଭାବରେ ଶିଖି ପାରୁନାହାନ୍ତି ଆଗ୍ରହୀ । ଏଣୁ ଏହି କଳାକୁ ରକ୍ଷା କରିବା ପାଇଁ ସରକାରୀ ସ୍ଥରରେ କୌଣସି ସୁବିଧା ସୁଯୋଗ ଯୋଗାଇଥିଲେ ଏହି କଳା ବଞ୍ଚିତ ହୋଇ ରୁହନ୍ତା ବୋଲି କୁହନ୍ତି ଗ୍ରାମବାସୀ।