BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ପଦ୍ମପୁରରେ ବିଜେଡି କାହାକୁ କରିବ ପ୍ରାର୍ଥୀ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଜଣ ପୂର୍ବତନ ବିଧାୟକ। ଏହି ଉପନିର୍ବାଚନ ପାଇଁ କଂଗ୍ରେସ ଶନିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ଉପରେ ଦଳ ଭରସା କରିଛି। ସତ୍ୟଭୂଷଣଙ୍କୁ ପ୍ରାର୍ଥୀ କରାଯିବା ନେଇ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନ ପରେ ତାଙ୍କ ନାଁ ଘୋଷଣା କରାଯାଇଛି। ପଦ୍ମପୁରରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ସତ୍ୟଭୂଷଣ କହିଛନ୍ତି ଯେ ସେ ଏହି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସବୁ ନେତା ଏଠାରେ କ୍ୟାମ୍ପ କରି ଦଳକୁ ବିଜୟୀ କରାଇବେ। ଦଳ ସବୁ ପ୍ରକାର ସହଯୋଗ କରିବ। ପଦ୍ମପୁରରେ ସେ ବିଜୟୀ ହେବା ନେଇ ନିଶ୍ଚିତ ଅଛନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ତଥା ଭାଜପା ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ହୋଇଛନ୍ତି। ଏ ନେଇ ଶନିବାର ଭାଜପା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦସ୍ତଖତରେ ରାଷ୍ଟ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଦୀପ ପ୍ରାର୍ଥୀ ହେବା ନେଇ ବିଧାୟିକା କୁସୁମ ଟେଟେ ଗଣମାଧ୍ୟମକୁ ପୂର୍ବରୁ ସୂଚନା ଦେଇଥିଲେ। ରାଜ୍ୟର ଅନ୍ୟତମ ପ୍ରମୁଖ ଦଳ ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ କର୍ମୀଙ୍କ ମହଲରେ ଉତ୍କଣ୍ଠା ଲାଗି ରହିଛି। ଧାମନଗର ଉପନିର୍ବାଚନ ଭଳି ବିଜେଡି ଜଣେ ମହିଳାଙ୍କୁ ଟିକେଟ ଦେବ ନା ଅନ୍ୟ ପ୍ରାର୍ଥୀଙ୍କୁ ଭରସା କରିବ ତାହା ଉପରେ ସଭିଙ୍କ ନଜର।