BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଟାଟା ଷ୍ଟିଲ୍ ଫାଉଣ୍ଡେସନର କୃଷକ ସମ୍ମିଳନୀରେ ୩୫୦ରୁ ଅଧିକ ଚାଷୀଙ୍କ ଯୋଗଦାନ

ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ପାଇଁ ୪୫ ଜଣ ଚାଷୀ ସମ୍ମାନିତ

କଳିଙ୍ଗନଗର : ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରମୁଖ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ “ଅରୁଣିମା”ର ନବମ ସଂସ୍କରଣ ଶୁକ୍ରବାର ସୁକିନ୍ଦା କଲେଜଠାରେ ଏକ ଗୁରୁତ୍ୱପୂର୍ଣ୍ଣ କୃଷକ ସମ୍ମିଳନୀ ସହିତ ଉଦଯାପିତ ହୋଇଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାର ବ୍ରାହ୍ମଣୀପାଳ ଅଞ୍ଚଳ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ଓ କଳିଙ୍ଗନଗର ଅଞ୍ଚଳର ୩୫୦ରୁ ଅଧିକ ଚାଷୀ ଏକତ୍ରିତ ହୋଇଥିଲେ। ଏହି ସମ୍ମିଳନୀରେ ସମନ୍ୱିତ କୃଷି ପ୍ରଣାଳୀ (ଆଇଏଫଏସ), ଜଳର ଉପଯୁକ୍ତ ବ୍ୟବହାର ଏବଂ ଜଳବାୟୁ-ସହିଷ୍ଣୁ ଚାଷ ପଦ୍ଧତି ଉପରେ ଚାଷୀଙ୍କ ମଧ୍ୟରେ ବିଚାର ବିମର୍ଶ ହୋଇଥିଲା। କୃଷି ଓ ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି ଉନ୍ନତି ହୋଇପାରିବ, ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ତିନି ଦିନିଆ ଏହି କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସହିତ କୃଷକମାନଙ୍କ ଜୀବିକାକୁ ମଜବୁତ କରୁଥିବା ଦୀର୍ଘସ୍ଥାୟୀ ସମାଧାନ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଗ୍ରାମୀଣ ସମୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓଏସ)ର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ଯାହା ମାଧ୍ୟମରେ କୃଷକମାନେ କିପରି ସାମୂହିକ ଭାବେ ନିଜର ଉତ୍ପାଦ ବିକ୍ରି କରିପାରିବେ, ଭଲ ବଜାର ପାଇପାରିବେ ଏବଂ ଆର୍ଥିକ ଭାବେ ସ୍ୱଚ୍ଛଳ ରହିବେ, ସେ ବିଷୟରେ ବୁଝାଯାଇଥିଲା। ଏହି ସମ୍ମିଳନୀରେ ଦୀର୍ଘସ୍ଥାୟୀ କୃଷି ଓ ଭଲ ଆୟ କରୁଥିବା ଅଞ୍ଚଳର ୪୫ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାରିମିତା ପୃଷ୍ଟି; ଫସଲ ପର୍ଯ୍ୟାୟ, କୃଷି-ବନୀକରଣ, ଜୈବିକ କୃଷି ଏବଂ ଜଳ ସଂରକ୍ଷଣ ସମେତ ପ୍ରଯୁକ୍ତିବିଦ୍ୟା-ଚାଳିତ ତଥା ଜଳବାୟୁ-ସହିଷ୍ଣୁ କୃଷି ପଦ୍ଧତି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୃତିମ ବୁଦ୍ଧିମତ୍ତା (ଏଆଇ) ଉପକରଣ ଏବଂ ଡିଜିଟାଲ୍ ନବସୃଜନ ଯଥା- ଜେମିନାଇ, ଚାଟ୍‌ଜିପିଟି, ପରପ୍ଲେକ୍ସିଟି ଏବଂ ପ୍ଲାଣ୍ଟିକ୍ସର ବ୍ୟବହାର ବିଷୟରେ ଚାଷୀଙ୍କୁ ଧାରଣା ଦିଆଯାଇଥିଲା। ଏହି ମାଗଣା ଡିଜିଟାଲ୍ ସମ୍ବଳଗୁଡ଼ିକ ଗଛର ରୋଗ ଚିହ୍ନଟ କରିବା, ନୂଆ ଜ୍ଞାନ ଶିଖିବା ଏବଂ ସରକାରୀ ଯୋଜନାର ଲାଭ ପାଇବାରେ ଚାଷୀଙ୍କୁ ସହାୟକ ହେବ।

ଏହି ସମାବେଶକୁ ସମ୍ବୋଧିତ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନର କ୍ଲଷ୍ଟର ହେଡ୍ ଦେବାଞ୍ଜନ ମୁଖାର୍ଜୀ ସୂଚନା ଦେଇଥିଲେ ଯେ ବ୍ରାହ୍ମଣୀପାଳ, ସୁକିନ୍ଦା ଏବଂ କଳିଙ୍ଗନଗରରେ ୨୫,୦୦୦ରୁ ଅଧିକ ଚାଷୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି ଏବଂ ୪୦୦ରୁ ଅଧିକ ‘ଚେଞ୍ଜମେକର’ଙ୍କୁ ଚିହ୍ନଟ କରାଯାଇଛି। ବିଭିନ୍ନ ଉନ୍ନତ କୃଷି ପ୍ରଣାଳୀ ଯୋଗୁଁ ଚାଷୀଙ୍କର ବାର୍ଷିକ ଆୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି।

ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ଯାହା ଅଞ୍ଚଳର କୃଷି ଐତିହ୍ୟକୁ ପ୍ରତିଫଳିତ କରିଥିଲା। ୨୦୨୬ ‘ଅରୁଣିମା’ର ଏହି ସମ୍ମିଳନୀ ଗୋଷ୍ଠୀ ସହଭାଗିତା ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶର ଏକ ନୂଆ ବାର୍ତ୍ତା ଦେଇଛି।