ଖୋର୍ଦ୍ଧା: ପୁଣି ଜୀବନ ନେଲା ‘ଆମ ବସ୍’। ‘ଆମ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ୫୭ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ନିକଟସ୍ଥ ବରଶାହି ଛକ ଠାରେ ଏକ ବାଇକକୁ ଧକ୍କା ଦେଇଛି ‘ଆମ ବସ୍’। ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବାବେଳେ ବାପାମାଆ ଗୁରୁତର ହୋଇଛନ୍ତି।
ଖବର ଅନୁଯାୟୀ, ବରଶାହିର ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ଶିଶୁ ପୁତ୍ରକୁ ଧରି କେରଙ୍ଗ ଯାଉଥିବାବେଳେ ‘ଆମ ବସ୍’ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଗୁରୁତର ଭାବରେ ବାଇକ୍ ଆରୋହୀ ଏବଂ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।