BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ : ୩୬୭ଟି ଅବକାରୀ ମାମଲା ରୁଜୁ, ୨ ଜଣ ଗିରଫ

ଭୁବନେଶ୍ବର: ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ଶାନ୍ତି ଶୃଙ୍ଖଳା, ସୁରକ୍ଷା ଓ ସୁସ୍ଥ ପରିବେଶରେ ପାଳନ ସୁନିଶ୍ଚିତ କରିବା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗତ ୧୪ ତାରିଖ ଦିନ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବରେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନ କରାଯାଇଥିଲା।

ଏହି ଅଭିଯାନରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ସାମିଲ ହୋଇ ମଦ୍ୟପାନ କରି ଗାଡ଼ି ଚାଳନା, ନିଶାଦ୍ରବ୍ୟ ଓ ବେଆଇନ ମାରଣାସ୍ତ୍ର ଚୋରାଚାଲାଣ, ଜୁଆ ଆଡ୍ଡା, ଲଘୁ ଖଣିଜ ଦ୍ରବ୍ୟ ଏବଂ ଗୋ-ଚାଲାଣ ଭଳି ଅପରାଧ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ସହ ଜାମିନ ବିହୀନ ଅପରାଧରେ ଲିପ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ଏହି ଅଭିଯାନ ସମୟରେ ସାରା ରାଜ୍ୟରେ ୩୬୭ଟି ଅବକାରୀ ମାମଲା ରୁଜୁ କରାଯାଇ ୩୫,୫୯୯ ଲିଟର ଦେଶୀ ମଦ, ୫୭୧.୨୬୧ ଲିଟର ବିଦେଶୀ ମଦ ଏବଂ ୩୮ ବୋତଲ କଫ୍ ସିରଫ ଜବତ ଏବଂ ୨୨ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୧୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧ ଲକ୍ଷ ୮ ହଜାର ଟଙ୍କା ନଗଦ ଜବତ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ୨୭୨ଟି ମାମଲା ରୁଜୁ କରାଯାଇ ୧୧ ଲକ୍ଷ ୮୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କରେ ୧୦ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୫୯ କେଜି ଗଞ୍ଜେଇ, ୮୯.୦୧ ଗ୍ରାମ ବ୍ରାଉନ ସୁଗାର, ବନ୍ଧୁକ, ମାରଣାସ୍ତ୍ର ଓ ଚାରିଚକିଆ ଯାନ ଜବତ କରାଯାଇଛି। ଏହି ସମୟ ମଧ୍ୟରେ ବେଆଇନ ବନ୍ଧୁକ ଚୋରାଚାଲାଣ ମାମଲାରେ ୪ଟି ମାମଲା ରୁଜୁ କରାଯାଇ ୨ଟି ଦେଶୀ ବନ୍ଧୁକ ଓ ୧ଟି ପିସ୍ତଲ ଜବତ କରାଯିବା ସହ ୧୧ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ସେହିପରି ଜାମିନ ବିହୀନ ଅପରାଧରେ ସାରା ରାଜ୍ୟରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ପୋଲିସ ସର୍ବାଧିକ ୪୭ ଜଣ ଏବଂ କଟକ ସହରାଞ୍ଚଳ ପୋଲିସ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ଲଘୁ ଖଣିଜ ଦ୍ରବ୍ୟ ଓ ଗୋ-ଚାଲାଣ ରୋକିବା ଅଭିଯାନରେ ୨୩ଟି ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୨୪ଟି ବାଲି ବୋଝେଇ ଗାଡ଼ି ଏବଂ ୨ଟି ଗୋ-ଚାଲାଣ ଗାଡ଼ି ଜବତ କରାଯାଇଛି।

ରାଜ୍ୟରେ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ଚୋରାଚାଲାଣ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପିମାନେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।