BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏକପାଖିଆ ପ୍ରେମ: ଯୁବତୀଙ୍କ ଉପରକୁ ଏସିଡ ଆକ୍ରମଣ ଅଭିଯୋଗ, ଯୁବକ ଗିରଫ

ଭୁବନେଶ୍ୱର: ଏକତରଫା ପ୍ରେମର କରୁଣା ପରିଣତି। ଯୁବତୀ ରାଜି ନ ହେବାରୁ ଜବରଜସ୍ତ କରିଥିଲା। ରାଜି ନ ହେଲେ ଏସିଡ ମାଡ଼ କରିବାକୁ ଧମକ ଦେଇଥିଲା। ତଥାପି ରାଜି ନ ହେବାରୁ ଯୁବତୀଙ୍କୁ ଏସିଡ ମାଡ଼ ଉଦ୍ୟମ କରିବାକୁ ଆସିଥିବାବେଳେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ କାବୁ କରିଥିଲେ ଏବଂ ପୋଲିସର ଜିମା ଦେଇଥିଲେ । ବିଫଳ ପ୍ରେମିକକୁ ଭୁବନେଶ୍ୱରର ସହିଦ ନଗର ଥାନା ପୋଲିସ ଗିରଫ କରିଥିଲା ।

ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରି ବିଫଳ ହେବା ପରେ ତାଙ୍କ ଉପରକୁ ଏସିଡ ମାଡ଼ ଉଦ୍ୟମ ଅଭିଯୋଗରେ ସୁନୀଲ ସେଟ୍ଟୀ ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୁନୀଲ ଜଣେ ଯୁବତୀଙ୍କୁ ଏକପାଖିଆ ପ୍ରେମ କରୁଥିଲେ ଏବଂ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ତାଙ୍କ ପ୍ରସ୍ତାବରେ ଯୁବତୀ ଜଣକ ରାଜି ହେଉନ ଥିବାରୁ ତାଙ୍କ ଉପରକୁ ଏସିଡ ମାଡ଼ କରିବେ ବୋଲି ସୁନୀଲ ଧମକ ଦେଉଥିଲେ। ଯୁବତୀ ଜଣଙ୍କ ବାରମ୍ବାର ସୁନୀଲଙ୍କ ପ୍ରେମ ନିବେଦନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ଏଥିରେ ସୁନୀଲ ରାଗିଯାଇ ତାଙ୍କ ଉପରକୁ ଏସିଡ ଆକ୍ରମଣ ପାଇଁ ଚେଷ୍ଟା କରିଥିଲେ।

ଭୁବନେଶ୍ୱରର ସହିଦ ନଗର ଥାନା ନିକଟରେ ଏକ ପାଖିଆ ପ୍ରେମ କରୁଥିବା ଯୁବତୀଙ୍କୁ ସୁନୀଲ ଏସିଡ ଆକ୍ରମଣ ପାଇଁ ଉଦ୍ୟମ କରିକଲେ। ସ୍ଥାନୀୟ ଲୋକେ ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ସୁନୀଲଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସହିଦ ନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସୁନୀଲଙ୍କୁ ଗିରଫ କରିଥିଲା। ସୁନୀଲର ଘର ଚନ୍ଦକାଠିସତ ପାଇକରାପୁର ଏବଂ ସେ ବିବାହିତ। ୨ ଜଣ ସହଯୋଗୀଙ୍କ ସହାୟତାରେ ଏହି ଆକ୍ରମଣ ପାଇଁ ସେ ଯୋଜନା କରିଥିଲା । ଏକପାଖିଆ ପ୍ରେମ କରିବା ପରେ ପ୍ରେମରେ ବିଫଳ ହୋଇ ସୁନୀଲ ସମ୍ପୃକ୍ତ ଯୁବତୀଙ୍କ ଉପରକୁ ଏସିଡ ଆକ୍ରମଣ ଉଦ୍ୟମ କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ବୋଲି ପୋଲିସ ସୂଚନା ଦେଇଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ