BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିଶ୍ୱ ପ୍ରାଣିଚିକିତ୍ସା ଦିବସ -୨୦୨୫: ୱାନ୍ ପ୍ଲାନେଟ୍ ୱାନ୍ ହେଲଥ୍ ସମୟର ଆବଶ୍ୟକତା : ପ୍ରମୁଖ ଶାସନ ସଚିବ

ଭୁବନେଶ୍ଵର: ସ୍ଥାନୀୟ ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆଜି ରାଜ୍ୟସ୍ତରୀୟ “ବିଶ୍ଵ ପ୍ରାଣିଚିକିତ୍ସା ଦିବସ-୨୦୨୫” ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଉଦ୍ଘାଟନ କରି, “ପ୍ରାଣୀ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ସମ୍ମିଳିତ ପ୍ରଚେଷ୍ଟା କରିବାକୁ ନିଜ ଅଭିଭାଷଣରେ ପ୍ରେରିତ କରିଥିଲେ । “ୱାନ୍ ପ୍ଲାନେଟ୍ ୱାନ୍ ହେଲଥ୍” ସମୟର ଆବଶ୍ୟକତା ବୋଲି କହିଥିଲେ । ପରିବେଶ ସୁରକ୍ଷାରେ ପ୍ରାଣି ଚିକିତ୍ସକମାନଙ୍କର ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ସମସ୍ତ ଜିଲ୍ଲାରୁ ୩୦୦ ରୁ ଅଧିକ ପ୍ରାଣିପାଳକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ “ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା” ଓ “ରାଷ୍ଟ୍ରୀୟ ଗୋକୁଲ ମିଶନ” ଉପରେ ଏକ କର୍ମଶାଳା ଆୟୋଜନ ହୋଇଥିଲା ଡକ୍ଟର ବିସ୍ମିତା ନନ୍ଦୀ, ଡକ୍ଟର ସତ୍ୟପ୍ରକାଶ ମହାପାତ୍ର ଏଥିରେ ବିଶେଷଜ୍ଞ ଭାବେ ସହଯୋଗ କରିଥିବା ବେଳେ ଡକ୍ଟର ରାଜୀବ ଶର୍ମା ଏହାକୁ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡକ୍ଟର ଅନ୍ତର୍ଯ୍ୟାମୀ ଖୁଂଟିଆ, ଶ୍ରୀ ସ୍ୱପ୍ନାନନ୍ଦ ମହାପାତ୍ର, ଓମ୍‌ଫେଡ୍‌ର ଡେପୁଟି ମ୍ୟାନେଜର୍ ଡକ୍ଟର ବିଶ୍ୱରଞ୍ଜନ ତ୍ରିପାଠୀ, ଡକ୍ଟର ହାଡ଼ିବନ୍ଧୁ ଭୋଇ, ଡକ୍ଟର ମିହିର୍ କୁମାର ନାୟକ ପ୍ରମୁଖ ବିଭିନ୍ନ ସରକାରୀ ଯୋଜନା, ମଇଁଷି ଗୋ ପାଳନ ଆଦିରେ ମିଳୁଥିବା ଆର୍ଥିକ ସହାୟତା, ବୀମାର ଆବଶ୍ୟକତା ଆଦି ସମ୍ପର୍କରେ ପ୍ରାଣିପାଳକମାନଙ୍କୁ ସଚେତନ କରାଇଥିଲେ ।

“ପ୍ରାଣିପାଳକ, ନାଗରିକ ସମାଜ ଏବଂ ପ୍ରାଣିଚିକିତ୍ସକ- ପ୍ରାଣି ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଳଗତ ଆଭିମୁଖ୍ୟ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଡକ୍ଟର ପ୍ରକାଶ ବିଶ୍ୱାସ ଏବଂ ଡକ୍ଟର ଅମୀୟ ଲାଲ ପାତ୍ର ଏଥିରେ ବିଶେଷଜ୍ଞ ଭାବେ ସହଯୋଗ କରିଥିବା ବେଳେ ଡକ୍ଟର ସମାପିକା ମହାପାତ୍ର ସଂଚାଳନ କରିଥିଲେ । ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରବିନ୍ଦ୍ର ମୋହନ ମହାରଥା, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ସନତ ମିଶ୍ର, ଡକ୍ଟର କୁମାରେଶ ବେହେରା, ସିୱାର ମୁଖ୍ୟ ବୈଜ୍ଞାନିକ ଡକ୍ଟର ବିଶ୍ୱନାଥ ସାହୁ, ଓଡ଼ିଶା କେନାଲ କ୍ଲବ୍‌ର ସଭାପତି ସୁବ୍ରତ ପୃଷ୍ଟି ପ୍ରମୁଖ ପ୍ରାଣିପାଳକମାନଙ୍କୁ ପ୍ରାଣି ସ୍ୱାସ୍ଥ୍ୟ ରକ୍ଷା, ରୋଗର ନିରାକରଣ ପାଇଁ ପଦକ୍ଷେପ, ପ୍ରାଣୀଙ୍କ ସ୍ୱାସ୍ଥ୍ୟ ରକ୍ଷାରେ ନାଗରିକ ସମାଜର ଦାୟିତ୍ୱ ଆଦି ସମ୍ପର୍କରେ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ, ପ୍ରାଣିମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କାର୍ଯ୍ୟରେ ଉତ୍ସର୍ଗିକୃତ ଥିବା ପ୍ରାଣି ଚିକିତ୍ସକମାନଙ୍କ ଭୂମିକା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଦିନ “ବିଶ୍ଵ ପ୍ରାଣି ଚିକିତ୍ସା ଦିବସ” ପାଳନ କରାଯାଇଥାଏ । ଚଳିତବର୍ଷର ଥିମ୍ ରହିଛି “ପ୍ରାଣି ସ୍ୱାସ୍ଥ୍ୟ ପାଇଁ ମିଳିତ ପ୍ରଚେଷ୍ଟା” ବା “ଆନିମଲ୍ ହେଲଥ୍ ଟେକସ୍ ଏ ଟିମ୍” ।