BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍ତପ୍ତ ଧାତୁ ପରିଚାଳନା ଏବଂ ତତ୍ ସମ୍ବନ୍ଧୀୟ ଉତ୍ତାପଜନିତ ବେମାରୀ ନିୟନ୍ତ୍ରଣ ଉପରେ ଦିନିକିଆ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖାଯାଇ କାରଖାନାଗୁଡିକରେ  ବିଭିନ୍ନ ନିର୍ମାଣ ପ୍ରକ୍ରିୟାରେ ବିଶେଷକରି ଲୌହ ଏବଂ ଇସ୍ପାତ କାରଖାନାଗୁଡିକର   ବ୍ଲାଷ୍ଟ ଫର୍ଣ୍ଣେସ୍ ଏବଂ “ଲୁହା ତରଳାଯାଉଥିବା କାରଖାନା” (steel melting shop”) ରେ  ଉତ୍ତପ୍ତ ଧାତୁ ପରିଚାଳନା ଏବଂ ତତ୍ ସମ୍ବନ୍ଧୀୟ ଉତ୍ତାପ ଜନିତ ବେମାରୀକୁ ସଠିକ୍ ଭାବେ ନିୟନ୍ତ୍ରଣ ଏବଂ ପରିଚାଳନା  କରିବା ସହିତ ସୁରକ୍ଷିତ ଭାବେ କାର୍ଯ୍ୟ କରିବା ପାଇଁ ଉକ୍ତ ସଂସ୍ଥା ମାନଙ୍କରେ ନିୟୋଜିତ  ୫୧ ଜଣ ବିଭିନ୍ନ ବର୍ଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀମାନଙ୍କ ଅଂଶଗ୍ରହଣରେ  କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ  ପକ୍ଷରୁ ଲୋକସେବା ଭବନସ୍ଥିତ ରାଜ୍ୟ କନଭେନସନ କେନ୍ଦ୍ରରେ ଏକ ଦିନିକିଆ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ପୂର୍ବାହ୍ନରେ ମୁଖ୍ୟ ଅତିଥି ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ତଥା ରାଜ୍ୟ ଶ୍ରମ ସଂସ୍ଥାନ ଉପାଧ୍ୟକ୍ଷା ଶ୍ରୀମତୀ ଚିତ୍ରା ଅରୁମୁଗମ୍ କର୍ମଶାଳାକୁ ଉଦଘାଟନ କରି ସୁରକ୍ଷିତ କାର୍ଯ୍ୟ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ। କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତିରଞ୍ଜନ ସେନ  ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ  ଅତିଥି  ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ଶିଳ୍ପାୟନରେ ଉତ୍ତାପକୁ ମୁକାବିଲା କରି ସୁରକ୍ଷିତ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ ଯୋଗଦେଇ ରାଜ୍ୟ ସରକାରଙ୍କର ସୁରକ୍ଷା ନୀତି ଉପରେ ଆଲୋକପାତ କରିବା ସହିତ କାରଖାନା ମାନଙ୍କରେ ସୁରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଦର୍ଶାଇଥିଲେ। । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ସ୍ଵତନ୍ତ୍ର ଶାସନ  ସଚିବ ଶ୍ରୀମତୀ ମଧୁମିତା ନାୟକ ଅନ୍ୟତମ ସମ୍ମାନିତ ଅତିଥି  ଭାବେ କର୍ମଶାଳାରେ  ଉଦବୋଧନ ଦେଇ ରାଜ୍ୟରେ ବଢୁଥିବା ଉତ୍ତାପ ପରିପ୍ରେକ୍ଷୀରେ କାରଖାନାରେ ସଠିକ୍ ସୁରକ୍ଷା ପରିଚାଳନା କରିବା ଉପରେ ଅଗ୍ରାଧିକାର ଦେଇଥିଲେ ।

କାରଖାନା ଓ ବାଷ୍ପିତ୍ର ସୁରକ୍ଷା ଉପନିର୍ଦ୍ଦେଶକ ଡଃ ମଳୟ କୁମାର ପ୍ରଧାନ ତାଙ୍କ ଉଦବୋଧନରେ ବୃତ୍ତିଗତ ସୁରକ୍ଷା କର୍ମଜୀବୀଙ୍କ ନିମନ୍ତେ ଅପରିହାର୍ଯ୍ୟ ଆବଶ୍ୟକତା ବୋଲି ଦର୍ଶାଇ ତାଲିମ ପ୍ରଦାନରେ ପ୍ରମୁଖ ଭୂମିକା ନିର୍ବାହ
କରିଥିଲେ ।

ଉକ୍ତ ତାଲିମ୍ କର୍ମଶାଳାରେ ଡକ୍ଟର ଆଶିଷ ମହାପାତ୍ର, ଟାଟା ଷ୍ଟିଲର ଶ୍ରୀ ଆଶୁତୋଷ କୁମାର, ଜେଏସ୍ ଡବଲ୍ୟୁ ର ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ରହି ତାଲିମ କର୍ମଶାଳା ପରିଚାଳନା କରିଥିଲେ ।  ପରିଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏବଂ ପରେ ପରେ ଅଂଶଗ୍ରହଣକାରୀଙ୍କୁ ଉପନିର୍ଦ୍ଦେଶକ ସୁରକ୍ଷା ଡଃ ମଳୟ କୁମାର ପ୍ରଧାନଙ୍କ ଦ୍ଵାରା ସାର୍ଟିଫିକେଟ ବିତରଣ ପରେ ତାଲିମ ଶିବିର ଉଦଯାପିତ ହୋଇଥିଲା।