BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୫ ଓ୍ବିକେଟରେ ଜିତିଲା ଇଣ୍ଡିଆ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ ମ୍ୟାଚ୍‌ର ହିରୋ ସାଜି କଠିନ ପରିସ୍ଥିତିରୁ ଦଳକୁ ବିଜୟୀ କରିବାରେ ସଫଳ ହୋଇଛନ୍ତି।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୩୫.୪ ଓଭରରେ ୧୮୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ-ମହମ୍ମଦ ଶାମି ୩ ଲେଖାଏ ଉଇକେଟ ନେଇଥିଲେ। ଏହା ପରେ ଭାରତୀୟ ଟିମ୍‌ ୩୯.୫ ଓଭରରେ ୫ ଉଇକେଟ ହରାଇ୧୯୧ ରନ୍‌ କରି ମ୍ୟାଚ୍‌ ଜିତିନେଇଛି।

ଏକ ସମୟରେ ଭାରତୀୟ ଟିମ୍‌ ୩୯ ରନ୍‌ରେ ୪ ଉଇକେଟ ହରାଇଥିଲା। ହେଲେ ଓପନର୍‌ କେଏଲ୍‌ ରାହୁଲ ୯୧ ବଲ୍‌ରେ ୭୫ ରନ୍‌ର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କ ସହ ରବିନ୍ଦ୍ର ଜାଡେଜା ୬୯ ବଲ୍‌ରେ ୪୫ ରନ୍‌ କରିଥିଲେ। ଉଭୟ ୬ଷ୍ଠ ଉଇକେଟ ଲାଗି ୧୨୩ ବଲ୍‌ରେ ୧୦୮ ରନ୍‌ର ଅପରାଜିତ ଭାଗିଦାରି କରିଥିଲେ।