BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

‘ଅନାମ’ ଏକ ଅହଂହୀନ ମୈତ୍ରୀବାଦୀ ଦର୍ଶନର ବାଣୀରୂପ

ଭୁବନେଶ୍ୱର: ସମଗ୍ର ମାନବ ଜାତି ମଧ୍ୟରେ ଶାନ୍ତି, ମୈତ୍ରୀ ଓ ଐକ୍ୟର ବାର୍ତ୍ତା ପ୍ରଚାର ପ୍ରସାର କରିବା
ଅନାମ ଗୋଷ୍ଠୀର ଲକ୍ଷ୍ୟ। ଅନାମ କବିତାର ଶୈଳୀ ବା ବାଚନ ପ୍ରକ୍ରିୟା ପାରମ୍ପରିକ ଲୋକଶୈଳୀ ଓ ବିଦଗ୍ଧ ଶୈଳୀର ସମନ୍ୱିତ ରୂପ ନେବା ଆବଶ୍ୟକତା ମନେ ହୁଏ। ସର୍ବାଧିକ ବ୍ୟକ୍ତିଙ୍କ ବୋଧଗମ୍ୟ ଓ ହୃଦୟସ୍ପର୍ଶୀ ହେବାପାଇଁ ଏହା ଛନ୍ଦୋବଦ୍ଧ, ଶ୍ରୁତିମଧୁର, ସାବଲୀଳ ତଥା ଆବୃତ୍ତିଧର୍ମୀ ହେବା ଜରୁରୀ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଧଉଳି ରିଭ୍ୟୁ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ ରବିବାର ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଅନାମ କାବ୍ୟ ଆନ୍ଦୋଳନ ସଂପର୍କିତ ଏକଦିବସୀୟ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଆମନ୍ତ୍ରିତ ଅତିଥି ଓ ବକ୍ତାଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା।

ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଗୌରହରି ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସଭାରେ ସାହିତ୍ୟ ସଂଗଠକ, ପ୍ରକାଶକ ଓ ସମ୍ପାଦକ ମନୁ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଅନାମ କବିଙ୍କ କବିତାରେ ରସ ଓ ଭାବ, ଛନ୍ଦବ୍ୟଞ୍ଜନା ସମନ୍ୱିତ ଧ୍ୱନି, ମୂର୍ଚ୍ଛନା ମଧ୍ୟରେ କିପରି ପ୍ରତିଫଳିତ ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ, କଥାକାର ଓ ସ୍ତମ୍ଭକାର ଶ୍ରୀଯୁକ୍ତ ଦେବପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଐତିହ୍ୟର ପରିସର ମଧ୍ୟରେ ସାମ୍ପ୍ରତିକ ସାମାଜିକ, ସାଂସ୍କୃତିକ ଓ ସାହିତ୍ୟିକ ସମସ୍ୟାକୁ ଦୃଷ୍ଟିରେ ରଖି ଅନାମ ସଙ୍ଗବୋଧ କିପରି ଚର୍ଚ୍ଚା ଆରମ୍ଭ ହୋଇପାରିଥିଲା।

ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସାହିିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କବି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଉଦ୍ଘାଟକ ଭାବେ ଯୋଗଦାନ କରି ଅନାମ ଗୋଷ୍ଠୀର ଅବବୋଧରେ ନିଃସଙ୍ଗତା ଓ ବିଚ୍ଛିନ୍ନତାବୋଧ, ବ୍ୟକ୍ତି କୈନ୍ଦ୍ରିକ ଅହଂରୁ ଉଦ୍ଭୁତ ଏକ ସ୍ୱୟଂସୃଷ୍ଟ ଭାବରେ କିପରି ଏ ଜାତିକୁ ଦିଗ୍ଦର୍ଶନ ଦେଇପାରିିଥିଲା। ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଗୌରହରି ଦାସ ନିଜର ସଭାପତିତ୍ୱ ଅଭିଭାଷଣରେ ପୂର୍ବରୁ ଆଲୋଚନା କରିଥିବା ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଅନାମ କାବ୍ୟ ସାହିତ୍ୟ କିପରି କବି ଓ ଲେଖକମାନଙ୍କୁ ଏଇ ଚେତନାର ବାହକହୋଇ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ, ବିଶେଷତଃ କବିତାର ଧାରାକୁ କିପରି ଋଦ୍ଧିମନ୍ତ କରିପାରିବେ ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏହି ଅନାମ କାବ୍ୟ ଆନ୍ଦୋଳନ ସଂପର୍କିତ ଆଲୋଚନାଚକ୍ର ଓ କବିତା ପାଠୋତ୍ସବର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ସାରସ୍ୱତ କ୍ଷେତ୍ରରେ ଏହାର ପ୍ରଭାବ କିପରି ଅନୁଭୂତ ହୋଇପାରିଥିଲା ଏବଂ ଅନାମ ସାହିତ୍ୟ ସାଧନା ଯଥାର୍ଥରେ ଏକ ସାଂସ୍କୃତିକ ବିପ୍ଳବ, ଏକ ରହସ୍ୟବାଦୀ କାବ୍ୟିକ କମ୍ପନ ଭାବେ ସୃଷ୍ଟି ହୋଇପାରିଥିଲା।

ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରଥମ ଅଧିବେଶନରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର କଇଳାଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସୁସାହିତ୍ୟିକ ଶ୍ରୀଯୁକ୍ତ ପବିତ୍ର ମୋହନ ଦାଶ, ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଡକ୍ଟର ରବୀନ୍ଦ୍ର କୁମାର ଦାସ, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ଆଦି ଯୋଗଦାନ କରି ଅନାମ କାବ୍ୟ ସାହିତ୍ୟ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏଥିରେ ସଭାମୁଖ୍ୟ ଭାବେ ପ୍ରଫେସର କଇଳାଶ ପଟ୍ଟନାୟକ ନିଜର ସଭାପତିତ୍ୱ ଅଭିଭାଷଣରେ ‘ଅନାମ’ ଏକ ଅହଂହୀନ ମୈତ୍ରୀବାଦୀ ଦର୍ଶନର ବାଣୀରୂପ ଭାବେ କିପରି ଦିଗ୍ଦର୍ଶନ ଦେଇପାରିଛି ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଅପରାହ୍ଣ ଅଧିବେଶନର କବିତା ପାଠୋତ୍ସବରେ ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କବି ଡକ୍ଟର ଫନୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଶ୍ରୀଯୁକ୍ତ ନେତ୍ରାନନ୍ଦ ସାମନ୍ତରାୟ, କାମଦେବ ମହାରଣା ଓ ମନୁ ଦାଶ ଯୋଗଦାନ କରି ଅନାମ କାବ୍ୟ ସଂପର୍କିତ କବିତା ପାଠ କରିଥିଲେ।

ଏହି କବିତା ପାଠୋତ୍ସବରେ ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଅଧ୍ୟାପକ ବିିଶ୍ୱରଞ୍ଜନ ଯୋଗଦାନ କରି ଅନାମ କାବ୍ୟ କିପରି ସ୍ପଷ୍ଟ ଅଭିଜ୍ଞାନ ଯାହାକି ଅନାମ ଲେଖକଙ୍କ କାବ୍ୟ ସୃଷ୍ଟିରେ ପରିଲକ୍ଷିତ ହୋଇପାରିଅଛି ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସଭାମୁଖ୍ୟ ଭାବେ ଡକ୍ଟର ଫନୀ ମହାନ୍ତି ଯୋଗଦାନ କରି ପୂର୍ବରୁ ଆଲୋଚନା କରିଥିବା କବି ଓ ଅତିଥିଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ଅନାମ କାବ୍ୟ ଚେତନା କିପରି ପ୍ରାଣ ଓ ପ୍ରେରଣାର ଉତ୍ସ ହୋଇପାରିଅଛି ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଉଦ୍ଘାଟନୀ, ପ୍ରଥମ ଏବଂ ଅପରାହ୍ଣ ଅଧିବେଶନର କାର୍ଯ୍ୟକ୍ରମ ଶେଷରେ ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏଥିରେ ଜ୍ଞାନୀଗୁଣୀ, ଅନାମ କାବ୍ୟ ପ୍ରେମୀ, ସଜ୍ଜନମଣ୍ଡଳୀ, ସାହିତ୍ୟିକ/ସାହିତ୍ୟିକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।