ଗରିବ, ଅସହାୟ ଲୋକଙ୍କ ଦୁଃଖ ପ୍ରତି ଉଦାସୀନ ରହି ହେବ ନାହିଁ – ମୁଖ୍ୟମନ୍ତ୍ରୀ
ସମ୍ବଲପୁରରେ ସରକାର : ଆଜି ୨୪୦୦ ଲୋକଙ୍କ ଅଭିଯୋଗ ଶୁଣାଣି ହେଲା, ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମରେ ତୁରନ୍ତ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଗଲା
- ଲୋକଙ୍କ ଦୁଃଖ ଶୁଣିଲେ ଲୋକଙ୍କ ସରକାର
- ମୁଖ୍ୟମନ୍ତ୍ରୀଙ୍କ ସହିତ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ଉପସ୍ଥିତ
- ଗତ ନଅଟି ପାଳିରେ ପ୍ରାୟ ୧୦ ହଜାର ଅଭିଯୋଗ ଗ୍ରହଣ କରାଯାଇଛି
- ନଅଟି ପାଳିରେ ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୮୮ ପ୍ରତିଶତ ସମାଧାନ
- ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଅଭିଯୋଗ ଶୁଣାଣି ହେବ
- କ୍ଷେତ୍ରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗଣତନ୍ତ୍ର ପାଇଁ ଶୁଭଙ୍କର
- ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ
- ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି
ସମ୍ବଲପୁରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିଛନ୍ତି। pic.twitter.com/pXZKHTGuQJ
— CMO Odisha (@CMO_Odisha) April 21, 2025
ସମ୍ବଲପୁରଠାରେ ଜନଶୁଣାଣି ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର, କୃଷକ ସଂଗଠନ, ମିଶନ ଶକ୍ତିର ସଦସ୍ୟା ଏବଂ ସୁଭଦ୍ରା ହିତାଧିକାରୀ ମହିଳାମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି। pic.twitter.com/CwWdgMuCGE
— CMO Odisha (@CMO_Odisha) April 21, 2025