BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓମ୍ରାର ୩୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୨୯।୮ : ରାଜ୍ୟ ସ୍ତରୀୟ ସ୍ବେଛାସେବୀ ଅନୁଷ୍ଠାନ ଓମ୍ରାର ୩୬ତମ ବାର୍ଷିକ ଉତ୍ସବ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ମୂଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଉତ୍ସବରେ ଓମ୍ରା ର ସଭାପତି ଡାକ୍ତର ଚିତ୍ତ ରଞ୍ଜନ ମିଶ୍ର ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସ୍ବେଛlସେବୀ ଅନୁଷ୍ଠାନ ଓମ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏଥିରେ ମୂଖ୍ୟ ଅତିଥି ଭାବେ ଓଡିଶା ସ୍ବାସ୍ଥ୍ୟ ବିଶ୍ଵ ବିଦ୍ୟାଳୟର ପରାମର୍ଶ ଦାତା ପ୍ରଫେସର୍ ନିରଞ୍ଜନ ରାଉତ, ସମ୍ମାନିତ ଅତିଥି ଭାବେ କଟକ ସିଟି ହସ୍ପିଟାଲ ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧାଂଶୁ ଶେଖର ଗିରି ଯୋଗ ଦେଇଥିଲେ। ଓମ୍ରାର ସମ୍ପାଦିକା ନଳିନୀପ୍ରଭା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଗଣେଷ ଚନ୍ଦ୍ର ଦାଶ, ମନ୍ଦାକିନୀ ଜେମା, ଚନ୍ଦନ ତ୍ରିପାଠୀ, ବିକ୍ରମ କୁମାର ବାରିକ, ନୟନା ମହାନ୍ତି, ଦିଲ୍ଲୀପ କୁମାର ବଳିଆର ସିଂହ ଓ ମଥୁରା ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସଭାରେ ବହୁ ଡାକ୍ତର, ସମାଜ ସେବୀ ଓ ଓମ୍ରାର ସଭ୍ୟ,ସଭ୍ୟା ଓ କର୍ମଚରୀମାନେ ଉପସ୍ଥିତ ଥିଲେ। ଶେଷରେ ଓମ୍ରାର ଯୁଗ୍ମ ସମ୍ପାଦକ ଅବିନାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।