BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବଡଦିନ ଓ ନୂଆ ବର୍ଷରେ ଲାଗିଲା ରୋକ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି କମିଶନର ସଞ୍ଜୟ ସିଂ କଟକଣା ଲଗାଇଛନ୍ତି। ସେ କହିଛନ୍ତି, କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଖ୍ରୀଷ୍ଟମାସ ପାଳନ କରାଯିବ। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ବଡ଼ଦିନ ଓ ନୂଆବର୍ଷରେ ଅଧିକ ଗହଳି ହେବାକୁ ଥିବାରୁ ଏହି ଅବସରରେ ଗହଳି ଏ ତଥା ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି।

ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଅଛି। ତଥାପି ଏବେଠୁ ବିଏମ୍‌ସି ସତର୍କତାମୂଳକ ପଦକ୍ଷେପ ନେଉଛି। ଗାଇଡ୍‌ଲାଇନ୍‌ ଅନୁସାରେ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ବିଦେଶ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏବେ ସୁଦ୍ଧା ଭୁବନେଶ୍ୱରରେ ୬ଟି ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି।