BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ତଥ୍ୟ ମିଳିଲା

ଭୁବନେଶ୍ବର,୨/୧(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ କେନ୍ଦୁଝର ଜିଲାରୁ ସର୍ବାଧିକ ୭, ଖୋର୍ଦ୍ଧା ଜିଲାରୁ ୪ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଓ ପୁରୀ ଜିଲାରୁ ୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଓ ବୌଦ୍ଧ ଜିଲାରୁ ୨ଜଣ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଓ ବାଲେଶ୍ବର ଜିଲାରୁ ଜଣେ ଲେଖାଏଁ ଜଣେ ଲେଖାଲଁ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା ଏବଂ ୧୨ ସ୍ଥାନୀୟ ସଂକ୍ରମିତ। ଚିହ୍ନଟ ୨୩ଜଣଙ୍କ ମଧ୍ୟରୁ ୧୯ଜଣ ପୁରୁଷ ଓ ୪ଜଣ ମହିଳା। ଚିହ୍ନଟ ୨୩ଜଣଙ୍କ ବୟସ ୮ରୁ ୮୩ବର୍ଷ ମଧ୍ୟରେ। ସମସ୍ତ ଚିହ୍ନଟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ ଚାଲିଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି ବୋଲି ସେ ପ୍ରକାଶ କରିଛନ୍ତି।

ଆଜିର ଓମିକ୍ରନ ମାମଲାକୁ ମିଶାଇ ରାଜ୍ୟରେ ମୋଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୧୪ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲେ । ଗତ ୧୨ ଦିନ ମଧ୍ୟରେ ରାଜ୍ୟରେ ୩୭ ଓମିକ୍ରନ ମାମଲା ଚିହ୍ନଟ କରାଯାଇଛି । ସୁସ୍ଥ ହୋଇସାରିଛନ୍ତି ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ।