BREAKING
ଓଡ଼ିଶାରେ ପ୍ରାଗୈତିହାସିକ ସଭ୍ୟତାର ପଦଚିହ୍ନ: ମିଳିଲା ଆଦିମ ମଣିଷ ବସବାସର ପ୍ରମାଣ, ବଦଳିଯିବ କି ପୂର୍ବ ଭାରତର ଇତିହାସ?‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସ

ଓମିକ୍ରନ୍ ଆକ୍ରାନ୍ତଙ୍କ ଲକ୍ଷଣ କଣ ଜାଣନ୍ତୁ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର ସଜାଗ ଥିବା ବେଳେ ଚିକିତ୍ସା ଲାଗି ସମସ୍ତ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏବେ ସଂକ୍ରମିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ହସ୍ପିଟାଲର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ । କେବଳ ମୁଣ୍ଡବିନ୍ଧା ଓ ଦେହ ଦରଜ ହୋଇଛି । ଏହା ବ୍ୟତୀତ ତାଙ୍କର ଆଉ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ସୂଚନାଯୋଗ୍ୟ, ସଂକ୍ରମିତଙ୍କ ବୟସ ୩୩ ବର୍ଷ ହୋଇଥିବା ବେଳେ ସେ ତାଞ୍ଜାନିଆରୁ ଦିଲ୍ଲୀ ଫେରିଥିଲେ । ଡିସେମ୍ବର ୨ରେ ବିମାନନ୍ଦରରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏଲଏନ୍‌ଜେପି ହସ୍ପିଟାଲ ପଠାଇ ଦିଆଯାଇଥିଲା । ଏହାପରେ ତାଙ୍କର ଜିନୋମ ସିକ୍ୟୁଏନସିଂ କରାଯାଇଥିଲା ଓ ସେ ଓମିକ୍ରନ୍ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଥିଲା ।