BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଆଜିଠାରୁ ଓଜେଇଇ ଆବେଦନ ଆରମ୍ଭ

ଭୁବନେଶ୍ୱର :ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୩ ଲାଗି ଶୁକ୍ରବାରଠାରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ତେବେ ଓଜେଇଇ ପରୀକ୍ଷା ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ମେ’ ପ୍ରଥମ କିମ୍ବା ୨ୟ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ବୈଷୟିକ କଲେଜରେ ବିଫାର୍ମ, ଏମ୍‌ସିଏ, କମ୍ପ୍ୟୁଟର ସାଇନ୍ସ, ଏମ୍‌ବିଏ, ଇଣ୍ଟିଗ୍ରେଟେଡ ଏମ୍‌ବିଏ, ବି.କ୍ୟାଟ୍‌, ଏମ୍‌ଟେକ୍‌, ଏମ୍‌ ଆର୍କିଟେକ୍‌, ଏମ୍‌ ପ୍ଲାନ୍‌, ଏମ୍‌ଫାର୍ମା, ଲାଟେରାଲ ଏଣ୍ଟ୍ରି( ବିଟେକ୍‌, ବିଫାର୍ମା) ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପରୀକ୍ଷା ସିବିଟି ମାଧ୍ୟମରେ ହେବ। ରାଜ୍ୟରେ ବୈଷୟିକ ଶିକ୍ଷା ଲାଗି ୩ଟି ବିଶ୍ୱବିଦ୍ୟାଳୟ, ୮ଟି ସରକାରୀ ବୈଷୟିକ କଲେଜ ଏବଂ ୭୯ଟି ଘରୋଇ ବୈଷୟିକ କଲେଜ ରହିଛି। ମୋଟ୍‌ ୪୦ହଜାର ସିଟ୍‌ରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ।