BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

୨୨ ହଜାର ଇ-ଯାନ ଚାର୍ଜି° ପଏଣ୍ଟ ନିର୍ମାଣ କରିବେ ବିଭିନ୍ନ ତୈଳ କମ୍ପାନୀ।

ନୂଆଦିଲ୍ଲୀ,୯।୧୧: ଇଣ୍ଡିଆନ ଅଏଲ କର୍ପୋରେଶନ(ଆଇଓସି) ସମେତ ୨ ଅନ୍ୟ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ୨୨ ହଜାର ଇ-ଯାନ ଚାର୍ଜିଂ ଷ୍ଟେଶନ ବସାଇବେ। ୩ରୁ ୫ ବର୍ଷରେ ଏହି ଇ-ଯାନ ଚାର୍ଜିଂ ଭିତ୍ତିଭୂମି ବିକାଶ ଲାଗି କମ୍ପାନୀଗୁଡ଼ିକ ଯୋଜନା ରଖିଛନ୍ତି। ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନକୁ ନେଟ୍‌ ଜିରୋ କରିବା ଲାଗି ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ଅଂଶୀଦାରମାନେ ବର୍ତ୍ତମାନ ଯୋଗଦାନ ରଖୁଥିବା କୁହାଯାଉଛି। ଏହିଦିଗରେ ଦେଶର ସର୍ବବୃହତ୍ତ ତୈଳ ବିପଣନ କମ୍ପାନୀ ଆଇଓସିଏଲ୍‌ ୧୦ ହଜାର ଚାର୍ଜିଂ ଷ୍ଟେଶନ ବସାଇବାକୁ ଯୋଜନା ରଖିଛି ବୋଲି ଏହାର ଅଧ୍ୟକ୍ଷ ଏସ୍‌.ଏମ୍‌.ବୈଦ୍ୟ କହିଛନ୍ତି। ସେହିଭଳି ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡ଼ିକ ଯଥାକ୍ରମେ ୭ ହଜାର ଏବଂ ୫ ହଜାର ଲେଖାଏ ଷ୍ଟେଶନ ବସାଇବେ। ଆସନ୍ତା ବର୍ଷ ଆଇଓସି ୨ ହଜାର ଷ୍ଟେଶନ ବସାଇବ ବୋଲି ଜଣାପଡ଼ିଛି।