BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କମିଲା ଖାଇବା ତେଲ ଦର।

ଭୁବନେଶ୍ୱର : ପେଟ୍ରୋଲ ଡିଜେଲ ପରେ ଶସ୍ତା ହେଲା ଖାଇବା ତେଲ । ପାମ୍ ତେଲ, ସୋୟାବିନ୍ ଓ ସୂର୍ଯ୍ୟମୁଖୀର ଦର କମ୍ ହୋଇଛି । ପାମ୍ ତେଲ ଉପରେ କୃଷି ସେସ୍ ୨୦ ପ୍ରତିଶତରୁ କମାଇ ୭.୫ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର । ସେହିପରି ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫ ପ୍ରତିଶତକୁ କମିଛି କୃଷି ସେସ୍ । କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ଯୋଗାଣ ମନ୍ତ୍ରାଳୟ ଏହା ଘୋଷଣା କରିଛି । ଏହି ଘୋଷଣା ପରେ ଖାଇବା ତେଲର ଦାମ ଲିଟର ପିଛା ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଅବଶ୍ୟ ବିଭିନ୍ନ ଜାଗାରେ ଅଲଗା ହାରରେ ଏହି ମୂଲ୍ୟ ହ୍ରାସ ଘଟିଛି ।
ଦିଲ୍ଲୀରେ ପାମ୍ ତେଲ ଲିଟର ପିଛା ୬ ଟଙ୍କା, ବାଦାମ ତେଲ ୭ଟଙ୍କା, ସୋୟାବିନ ତେଲ ଲିଟର ପିଛା ୫ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦ଟଙ୍କା କମିଛି । ତେବେ ଅନ୍ୟ କେତେ ଜାଗାରେ ଏହି ଦର ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଉତ୍ତର ପ୍ରଦେଶର ଆଲିଗଡ଼ରେ ପାମ ତେଲ ଲିଟର ପିଛା ୧୮ ଟଙ୍କା କମିଛି । ସେହିପରି ମେଘାଳୟର ଜୱାଇରେ ସୂର୍ଯ୍ୟମୁଖୀ ତେଲ ଦର ଲିଟର ପ୍ରତି ୨୦ ଟଙ୍କା ପର୍ଯ୍ୟନ୍ତ କମିଛି । ଏହାସହ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣକୁ ଆଣିବାକୁ ଆମଦାନୀ ଶୁଳ୍କକୁ ସନ୍ତୁଳିତ ସ୍ତରକୁ ଆଣିଛି । ବିଭିନ୍ନ ଖାଇବା ତେଲ କମ୍ପାନୀ ମଧ୍ୟ ହୋଲସେଲ ଦର ଲିଟର ପିଛା ୪ରୁ ୭ଟଙ୍କା କମାଇଛନ୍ତି ।କେନ୍ଦ୍ର ସରକାରଙ୍କ ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ଯେ, ସେ ଖାଇବା ତେଲ କମ୍ପାନୀମାନଙ୍କ ସହ କଥା ହୋଇଛନ୍ତି ଓ ଏବଂ କମ୍ପାନୀମାନଙ୍କୁ ଦର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋରିଷ ତେଲର ଦର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଏହାର ଦର କମିନାହିଁ, ହେଲେ ଖୁବ ଶୀଘ୍ର କମିବ ବୋଲି ସେ ସଙ୍କେତ ଦେଇଛନ୍ତି